ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପ୍ରବେଶ କରିବା ସମୟରେ ପୂରା ଦେଶ ଲକଡାଉନ ଥିଲା। ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଭିନ୍ନ ଅଫିସ୍‌ ମଧ୍ୟ ବନ୍ଦ ଥିଲା।  ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶର ପ୍ରତାପଗଡରେ ରହୁଥିବା ୨ ଭଉଣୀ ଏକ ନିଆରା ପଦକ୍ଷେପ ନେଇଥିଲେ। କଲେଜ ବନ୍ଦ ଥିବାରୁ ୨ ଭଉଣୀ ଲକଡାଉନର ଫାଇଦା ଉଠାଇ ନିଜ ଘର ଛାତ ଉପରେ କିଚେନ୍‌ ଗାର୍ଡେନ କରିବାକୁ ସ୍ଥିର କରିଥିଲେ।

ଛାତ ଉପରେ ପନିପରିବା ଚାଷ କରିବା ପାଇଁ ୨ ଭଉଣୀ ପାଇଁ କଠିନ ପରିଶ୍ରମ ଆରମ୍ଭ କରିଥିଲେ। ପାଳଙ୍ଗ, କଦଳୀ, କୋବି, ଲଙ୍କା, କଖାରୁ, ମୂଳା ଆଦି ୩୦ ପ୍ରକାରର ପନିପରିବା ଲଗାଇଥିଲେ। ଏବେ ୨ ଭଉଣୀଙ୍କ ପରିଶ୍ରମ ସଫଳ ହୋଇଛି। ଛାତ ଉପରେ କରିଥିବା ଚାଷରୁ ସେ ବିଭିନ୍ନ ପନିପରିବା ପାଇ ପାରୁଛନ୍ତି। ଫଳରେ ଏବେ ପୂରା ପରିବାର ଜୈବିକ ସାର ଯୁକ୍ତ ପନିପରିବା ଖାଉଛନ୍ତି।

କେବଳ ଏତିକି ନୁହେଁ, ଯେତେବେଳେ ପନିପରିବା ଅଧିକ ଥାଏ, ଘରକୁ ଆସୁଥିବା ଅତିଥିମାନଙ୍କୁ ମଧ୍ୟ ସେ ଏହି ପନିପରିବା ଉପହାର ରୂପେ ଦେଉଛନ୍ତି।

ଏହାଦ୍ୱାରା ପୂରା ପରିବାରକୁ ଆଉ ମାର୍କେଟରୁ ପନିପରିବା କିଣିବାକୁ ପଡ଼ୁନି। ଏଥସହିତ ଛାତ ଉପରେ ପନିପରିବା ଗଛ ଲାଗିଥିବାରୁ ଗରମରୁ ମଧ୍ୟ ମୁକ୍ତ ମିଳୁଛି। ୨ ଭଉଣୀଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ପ୍ରଂଶସା କରାଯାଉଛି।

Comment