ଓଡ଼ିଶାଲାଇଭ୍ ବ୍ୟୁରୋ

school-2

ଦେଶରେ କରୋନା ସଂକ୍ରମଣ ଏବେ ହୁ ହୁ ହୋଇ ମାଡ଼ିଚାଲିଛି। ଏସବୁ ଭିତରେ କେନ୍ଦ୍ର ସରକାର କରୋନା ଗାଇଡଲାଇନ୍ ସହିତ ସ୍କୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ପୂଜା ଛୁଟି ପରେ ସ୍କୁଲ୍ ଓ କଲେଜ ଖୋଲିପାରେ ବୋଲି କୁହାଯାଉଛି। ସ୍କୁଲ୍ ଖୋଲିବା ପରେ ଛାତ୍ରଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ ନଚେତ୍, ସେମାନେ କରୋନା ଦ୍ୱାରା କବଳିତ ହେବାର ଆଶଙ୍କା ରହିଛି।

ସ୍କୁଲ୍ ଓ କଲେଜ୍ ଖୋଲିବା ପରେ କେମିତି ରହିବେ ସତର୍କ?

  • ସବୁବେଳେ ମାସ୍କ ପିନ୍ଧିବେ– ସ୍କୁଲରେ ସବୁବେଳେ ମାସ୍କ ପିନ୍ଧିବା ଜରୁରୀ। ଏଠାରେ ଅନ୍ୟ ସ୍ଥାନରୁ ମଧ୍ୟ ଛାତ୍ରଛାତ୍ରୀ ଆସିଥିବେ। ତେଣୁ ସମସ୍ତେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ।
  • ସ୍କୁଲ୍ ଷ୍ଟାଫ ଓ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ଦୂରତା– ସ୍କୁଲରେ ଯେକୌଣସି ମିଟିଂ ହେଲେ ପ୍ରିନ୍ସିପାଲ ଏବଂ ଶିକ୍ଷକମାନେ ନିଜ ନିଜ ଭିତରେ ଯଥେଷ୍ଟ ଦୂରତା ରକ୍ଷା କରି ବସିବା ଉଚିତ। ସେହିପରି ଶ୍ରେଣୀ ଗୃହରେ ତଥା ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହେବା ନିହାତି ଆବଶ୍ୟକ।

 

  • ଏ.ସି ବ୍ୟବହାର କରନ୍ତୁ ନାହିଁ- ଏହି ସମୟରେ ସ୍କୁଲ କଲେଜରେ ଏସିର ବ୍ୟବହାର ନକରିବା ଉଚିତ। ଆବଶ୍ୟକ ପଡ଼ିଲେ ସେଣ୍ଟ୍ରାଲାଇଜ୍ଡ ଏସି ବା ଓ୍ୱିଣ୍ଡୋ ଏସିର ବ୍ୟବହାର କରିପାରିବେ। କିନ୍ତୁ ଏହା ହାଇ ପେଡାଷ୍ଟଲରେ ଥିବା ଦରକାର ଯାହାଦ୍ୱାରା ଏହା ବାହାର ଭାଇରସକୁ ଗ୍ରହଣ କରିପାରିବ ନାହିଁ।
  • ଏୟାର ପ୍ୟୁରିଫାୟର ବ୍ୟବହାର କରିପାରିବେ– କ୍ଲାସରୁମରେ ଏୟାର ପ୍ୟୁରିଫାୟାର ବ୍ୟବହାର କରିପାରିବେ। ଏହା ପ୍ରତି ଘଣ୍ଟାରେ ପବନକୁ ସ୍ୱଚ୍ଛ କରିଥାଏ।
  • ହାତ ଧୋଇବେ– ପିଲାମାନେ ସ୍କୁଲ ବା କଲେଜ ଗଲେ ପ୍ରତି ଘଣ୍ଟା ହାତ ଧୋଇବାକୁ ଭୁଲିବେନି। ସାମାଜିକ ଦୂରତା ରକ୍ଷା କରିବା ସହ କିଛି ସମୟ ବ୍ୟବଧାନରେ ହାତ ଧୋଇବା ନିହାତି ଆବଶ୍ୟକ।
  •  ସ୍କୁଲକୁ ଯାଉଥିବା ଛୋଟ ଛୋଟ ପିଲାମାନେ ଟିଫିନ ଟାଇମରେ ବାହାରକୁ ନ ଯାଇ ନିଜ ନିଜ ସ୍ଥାନରେ ବସି ଖାଇବେ।
  • ସ୍କୁଲ ବା କଲେଜରୁ ଘରକୁ ଫେରିଲେ ଗାଧେଇବା ସହ ସାନିଟାଇଜର ବ୍ୟବହାର କରନ୍ତୁ।
  • ଏହି ଟିପ୍ସଗୁଡ଼ିକ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଫଲୋ କରିବା ନିହାତି ଆବଶ୍ୟକ।

Comment