ଓଡ଼ିଶାଲାଇଭ୍ ବ୍ୟୁରୋ

ବାବ୍ରି ମସଜିଦ୍ ଭଙ୍ଗା ଘଟଣାକୁ ନେଇ ଆଜି ଲକ୍ଷ୍ନୌର ସ୍ୱତନ୍ତ୍ର ଅଦାଲତ ନିଜର ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ୩୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ଏହି ରାୟ ପରେ ବିଜେପିର ବରିଷ୍ଠ ନେତା ଲାଲକଷ୍ଣ ଆଡଭାନୀ ଖୁସି ବ୍ୟକ୍ତ କରିଛନ୍ତି।

ଆଡଭାନୀ କହିଛନ୍ତି, “ବହୁତ ଦିନ ପରେ ଖୁସି ଖବର ମିଳିଲା। କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବାସ୍ ଏତିକି କହିବି ଜୟ ଶ୍ରୀରାମ।”

ଏହି ଉତ୍ତର ସହିତ ଆଡଭାନୀ ଆଜି ତାଙ୍କ ଘର ବାହାରେ ଥିବା କିଛି ସମର୍ଥକଙ୍କୁ ମିଠା ମଧ୍ୟ ବାଣ୍ଟିଛନ୍ତି। ତା ସହିତ ଏହି କେସ୍ ଲଢୁଥିବା ଓକିଲଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି।ଅନ୍ୟପଟେ ବିଜେପି ନେତା ମୂରଲୀ ମନୋହର ଯୋଶୀ ମଧ୍ୟ ଅଦାଲତଙ୍କ ରାୟଙ୍କୁ ସ୍ୱାଗତ କରିଛନ୍ତି। ଅଦାଲତଙ୍କର ଏହା ଐତିହାସିକ ରାୟ। ରାମ ମନ୍ଦିର ଆନ୍ଦୋଳନ ସମୟରେ ଏହି ସମୟ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାର ଆଜି ଅନ୍ତିମ ରାୟ ପ୍ରକାଶ ପାଇଛି। ଏହା ସମସ୍ତଙ୍କ ପାଇଁ ଖୁସିର ସମୟ ବୋଲି ସେ କହିଛନ୍ତି। ତାଙ୍କ ସହିତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମଧ୍ୟ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି।

Comment