ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଦୁଇ ଖାନ୍‌ ସଲମାନ ଓ ଶାହରୁଖଙ୍କୁ ଅତୀତରେ ପରଦା ଉପରେ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ। କିନ୍ତୁ ଗତ କିଛି ବର୍ଷ ଏହି ଦୁଇ ଷ୍ଟାରଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନଥିଲା। ତେବେ ପୁଣି ଏହି ଦୁଇ ଖାନ୍‌ ପରଦାକୁ ଏକାଠି ଫେରୁଛନ୍ତି। ଶାହରୁଖଙ୍କ ଆଗାମୀ ଫିଲ୍ମ ‘ପଠାନ’ରେ ସଲମାନ ବି ନଜର ଆସିବେ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ସଲମାନ ଅତିଥି କଳାକାର ଭାବେ ନଜର ଆସିପାରନ୍ତି।

ଏହା ପୂର୍ବରୁ ଶାହରୁଖଙ୍କ ଫିଲ୍ମ ‘ଜିରୋ’ରେ ମଧ୍ୟ ସଲମାନଙ୍କୁ ଦେଖିବାକୁ ମିଳିଥିଲା। ଅବଶ୍ୟ ଏଥିରେ ମଧ୍ୟ ସଲମାନ ଅତିଥି କଳକାର ଭାବେ ନଜର ଆସିଥିଲେ।

ପୂର୍ବରୁ ବହୁ ହିଟ୍‌ ଫିଲ୍ମ ଦେଇଛନ୍ତି ସଲମାନ, ଶାହରୁଖ

କରନ ଅର୍ଜୁନରାଜେଶ ରୋଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘କରନ ଅର୍ଜୁନ’ ଆଜି ମଧ୍ୟ ଦର୍ଶକଙ୍କ ପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ। ଶାହରୁଖ ଖାନ ଏବଂ ସଲମାନ ଖାନ ଏହି ଫିଲ୍ମରେ ଦୁଇ ଭାଇ ଭାବେ ନଜର ଆସିଥିଲେ। ଫିଲ୍ମର ଡାଇଲଗ୍‌ ଏବଂ ଗୀତକୁ ଆଜି ମଧ୍ୟ ପସନ୍ଦ କରନ୍ତି ଦର୍ଶକ। ଏହି ଫିଲ୍ମରେ କାଜଲ, ମମତା କୁଲକର୍ଣ୍ଣି,  ଅମ୍ରିଶ ପୁରୀଙ୍କ ଭଳି କଳାକାରମାନେ ମଧ୍ୟ କାମ କରିଥିଲେ।

କୁଛ କୁଛ ହୋତା ହୈ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ୧୯୯୮ରେ ରିଲିଜ ହୋଇଥିଲା। ​​ଯାହା ସେହି ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ଦର୍ଶକ ଶାହରୁଖ ଖାନ ଏବଂ କାଜଲଙ୍କ କେମେଷ୍ଟ୍ରିକୁ ପସନ୍ଦ କରିଥିଲେ। ସଲମାନ ଖାନଙ୍କର ଏହି ଫିଲ୍ମରେ ଏକ ଛୋଟ ଚରିତ୍ର ଥିଲେ ବି ଗୁରୁତ୍ୱପୂର୍ଣ୍ଣ ଥିଲା।

 ହମ୍ ତୁମ୍ହାରେ ହୈଁ ସନମ୍ – ଶାହରୁଖ ଖାନ୍, ସଲମାନ ଖାନଙ୍କ ଯୋଡି ପୁଣିଥରେ ୨୦୦୨ରେ ଫିଲ୍ମ ‘ହମ୍‌ ତୁମ୍ହାରେ ହେଁ ସନମ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ମାଧୁରୀ ଦୀକ୍ଷିତ ନାୟିକା ଥିଲେ। ଫିଲ୍ମ ସଲମାନ ଓ ଶାହରୁଖଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

Comment