ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ। ଯଦି କେହି ବାଣ ଫୁଟାଏ କିମ୍ବା ବିକ୍ରି କରେ ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ଘୋଷଣା କରିଛନ୍ତି। ତେବେ ଆଜିଠୁ ନଭେମ୍ବର ୩୦ ଯାଏଁ ଏହି ନିୟମ ଲାଗୁ ରହିବ।

ନଭେମ୍ବର ୫ରେ ଦିଲ୍ଲୀ ସରକାର ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ ଲଗାଇଥିଲେ। ଏହାର ଗୋଟିଏ ଦିନ ପରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି।

ଗତ କିଛି ଦିନ ଧରି ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏପରି ସ୍ଥିତିରେ ଦୀପାବଳିରେ ବାଣ ଫୁଟିଲେ ସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ଅଛି। ତେଣୁ ଦୀପାବଳିରେ ଦିଲ୍ଲୀରେ କୌଣସି ବାଣ ଫୁଟିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଦିଲ୍ଲୀରେ ବାୟୂ ପ୍ରଦୂଷଣ ମଧ୍ୟ ଲୋକଙ୍କୁ କଲବଲ କରୁଛି। ତେଣୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Comment