ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୧୯୨୯ରୁ ୨୦୨୦ ମଧ୍ୟରେ ଓସ୍କାର ଆଓ୍ୱାର୍ଡ ପାଇଁ ମନୋନୀତ ହୋଇଛି ୪ଟି ଭାରତୀୟ ଫିଲ୍ମ।

ଚଳିତ ବର୍ଷ ଓସ୍କାର ଦୌଡ଼ରେ ସାମିଲ ହୋଇଛି ଭାରତୀୟ ଫିଲ୍ମ ଜଲିକଟ୍ଟୁ। ଏହି ମାଲାୟାଲମ ଫିଲ୍ମ ଏ ବର୍ଷ ଓସ୍କାର ଜିତିବାରେ ସଫଳ ହେବ ବୋଲି ଆଶା କରାଯାଉଛି। ଯଦି ଏହା ହୁଏ ତେବେ ଭାରତ ପାଇଁ ଏହା ଗର୍ବର ବିଷୟ ହେବ। କାରଣ ଏଯାଏଁ କୌଣସି ଭାରତୀୟ ଫିଲ୍ମ ଏହି ଆଓ୍ୱାର୍ଡ ଜିତିବାରେ ସଫଳ ହୋଇନାହିଁ। କିନ୍ତୁ ପ୍ରତିବର୍ଷ ଏହି ଆଓ୍ୱାର୍ଡ ପାଇଁ ଅନେକ ଭାରତୀୟ ଫିଲ୍ମ  ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ତେବେ ଏଯାବତ୍‌ କେଉଁ କେଉଁ ଫିଲ୍ମ ଓସ୍କାର ଆଓ୍ୱାର୍ଡ ପାଇଁ ଥିବା ମନୋନୟନ ତାଲିକାରେ ସାମିଲ ହୋଇଛନ୍ତି ଆସନ୍ତୁ ଜାଣିବା।

ମଦର ଇଣ୍ଡିଆ (୧୯୫୭)

୧୯୫୭ରେ ରିଲିଜ ହୋଇଥିଲା ଫିଲ୍ମ ‘ମଦର ଇଣ୍ଡିଆ’। ଏହି ଜଣେ ମହିଳାଙ୍କ ସଂଘର୍ଶର କାହାଣୀକୁ ଦେଖାଯାଇଥିଲା। ମେହବୁବ୍‌ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ନର୍ଗିସ। ଫିଲ୍ମରେ ତାଙ୍କର ନାଁ ଥିଲା ରାଧା। ଅନ୍ୟମାନଙ୍କ ମଧ୍ୟରେ ସୁନିଲ ଦତ୍ତ,  ରାଜେନ୍ଦ୍ର କୁମାର, ରାଜ୍‌ କୁମାର ପ୍ରମୁଖ ଥିଲେ। ଏହି ଫିଲ୍ମଟି ବେଷ୍ଟ ଇଣ୍ଟର ନାସନାଲ ଫିଚର ଫିଲ୍ମ କାଟାଗୋରି ଓସ୍କାର ଆଓ୍ୱାର୍ଡ ପାଇଁ ମନୋନୀତ ହୋଇଥିଲା।

ସଲାମ ବମ୍ବେ (୧୯୮୮)

ମିରା ନାୟରଙ୍କ ନିର୍ଦ୍ଦେଶନାରେ ୧୯୮୮ରେ ମୁକ୍ତିଲାଭ କରିଥିଲା ଫିଲ୍ମ ସଲାମ ବମ୍ବେ। ଏହି ଫିଲ୍ମ ମୁଖ୍ୟ ଚରିତ୍ରରେ ଥିଲେ ଅନିତା କନଓ୍ୱାର, ସାଫିକ ସୟିଦ, ଚନ୍ଦା ଶର୍ମା। ଭାରତର ସବୁଠୁ ବଡ଼ ସହରରେ ବସ୍ତରେ ରହୁଥିବା ପିଲାମାନଙ୍କ ଜୀବନ କେମିତି କଟେ ତାକୁ ହିଁ ଦେଖାଯାଇଥିଲା। ଫିଲ୍ମଟି ବେଷ୍ଟ ଫିଚର ଫିଲ୍ମ ଭାବେ ସମ୍ମାନିତ ହେବା ସହିତ ଓସ୍କାର ପାଇଁ ମନୋନୀତ ହୋଇଥିଲା।

ଲଗନ(୨୦୦୧)

ଲୋକପ୍ରିୟ ଫିଲ୍ମ ଲଗନ୍‌ ୨୦୦୧ ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲା ଆଶୁତୋଷ ଗୋଓ୍ୱାରିକର। ଥିରେ ବ୍ରିଟିଶ ଶାସନର ଝଲକ ଦେଖାଯାଇଥିଲା। ଏଥିରେ ଅଭିନେତା ଅମୀର ଖାନ ମୁଖ୍ୟ ଚରିତ୍ରରେ ଥିଲେ। ତାଙ୍କ ସହିତ ଅଭିନେତ୍ରୀ ଗ୍ରେସି ସିଂଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଅମୀର ଖାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା। ଏହି ଫିଲ୍ମ ମଧ୍ୟ ଓସ୍କାର ପାଇଁ ମନୋନୀତ ହୋଇଥିଲା।

ଜଲିକଟ୍ଟୁ(୨୦୧୯)

ଚଳିତ ବର୍ଷ ଓସ୍କାର ଆଓ୍ୱାର୍ଡ ପାଇଁ ମାଲାୟାଲମ ଫିଲ୍ମ ଜଲିକଟ୍ଟୁ ମନୋନୀତ ହୋଇଛି। ୨୦୧୯ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏକ ଚତ୍ମକାର କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ଲିଜେ ଜୋଶେ ଏଥିରେ ମଣିଷ ଭିତରେ ଥିବା ପଶୁ ପ୍ରବୃତ୍ତିକୁ ଦେଖାଇବାକୁ ଚେଷ୍ଟା କରିଥିଲେ। ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରଥିଲେ।

ଆମେରିକାର ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଇଥିବା ଏକାଡେମୀ ପୁରସ୍କାର ଓସ୍କାର ପୁରସ୍କାର ଭାବେ ପରିଚିତ। ଫିଲ୍ମ ବ୍ୟବସାୟ ସହିତ ଜଡ଼ିତ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ଅଭିନେତା, ଲେଖକ ଏବଂ ଟେକ୍ନିସିଆନମାନଙ୍କୁ  ପ୍ରତିବର୍ଷ ଏହି ସମ୍ମାନଜନକ ବାର୍ଷିକ ପୁରସ୍କାର ଦିଆଯାଏ।

Comment