ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କରୋନା। ରବିବାର ତାଙ୍କର କୋଭିଡ୍ ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଟୁଇଟରେ ସେ ଲେଖିଛନ୍ତି ଯେ, ତାଙ୍କ ଦେହରେ କରୋନାର ପ୍ରାଥମିକ ଲକ୍ଷଣ ଦେଖାଯାଇଥିଲା। ଏହାପରେ ସେ ନିଜଟ କୋଭିଡ୍ ଟେଷ୍ଟ କରିଥିଲେ। ଏହି ରିପୋର୍ଟ ପଜିଟିଭ୍ ଆସିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ଅଛି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ଯେଉଁ ଲୋକମାନେ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

କିଛିଦିନ ତଳେ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ସେଠାରେ ତାଙ୍କ କାର ଉପରକୁ ଆକ୍ରମଣ ମଧ୍ୟ ହୋଇଥିଲା। ଏହି ନିର୍ବାଚନୀ ରାଲିରେ ନଡ୍ଡାଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବା ଅନୁମାନ କରାଯାଉଛି। ଏହାପୂର୍ବରୁ ମଧ୍ୟ ଦେଶର ଅନେକ ନେତା ଓ ସାଂସଦମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ସୁସ୍ଥ ହୋଇସାରିଛନ୍ତି।

Comment