ଓଡ଼ିଶାଲାଇଭ ବ୍ୟୁରୋ

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଡାକ୍ତରଖାନାର ଏସଏନସିୟୁ (ସ୍ପେଶାଲ ନିୟୁବର୍ଣ୍ଣ କେୟାର ୟୁନିଟ) ଓ୍ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରବଳ ଧୁଆଁରେ ଶ୍ୱାସରୁଦ୍ଧ ହୋଇ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ବାକି ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ନିଆଁ ଲାଗିଥିବା ଓ୍ୱାର୍ଡରେ ୧ରୁ ୩ ମାସ ବୟସର ୧୭ ଜଣ ଶିଶୁ ଥିଲେ।

ଘଟଣାର ଖବର ପାଇଁ ଦମକଳବାହିନୀ ତୁରନ୍ତ ଯାଉଁ ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ସଟ ସର୍କିଟୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୋକ ପ୍ରକାଶ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ସେ ଘୋଷଣା କରିଛନ୍ତି।

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି, ‘‘ଏଭଳି ଛାତିଥରା ଘଟଣାରେ ମୁଁ ଗଭୀର ମର୍ମାହତ’’।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Comment