ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଜି ବଜେଟ ଉପାସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟରେ ସର୍ବପ୍ରଥମେ ସେ ସେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଏଥର ବଜେଟରେ ସ୍ୱାସ୍ଥ୍ୟ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ନିଜ ଅଭିଭାଷଣରେ କହିଛନ୍ତି ସୀତାରମଣ।

ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିବା ସହିତ ସେ ଆଜି ପିଏମ୍‌ ଆତ୍ମ ନିର୍ଭର ସୁସ୍ଥ ଭାରତ ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନାରେ ଆଗମୀ ୬ ବର୍ଷରେ ୬୪,୧୮୦ କୋଟି ଖର୍ଚ୍ଚ କରିବେ ସରକାର।

ସେହିପରି କେନ୍ଦ୍ର ସରକାର ଏଥର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ବଜେଟ ଘୋଷଣା କରିଛନ୍ତି, ଯାହାକି ଗତ ବଜେଟଠାରୁ ୧୩୭ ପ୍ରତିଶତ ଅଧିକ।

ବଜେଟରେ ଅନ୍ୟ ଘୋଷଣା ଭିତରେ ରହିଛି;

  • ମିଶନ ପୋଷଣ-୨.୦ର ଆରମ୍ଭ।
  • ୧୫ ନୂଆ ହେଲ୍‌ଥ ସେଣ୍ଟର ଖୋଲାଯିବ।
  • ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ପରୀକ୍ଷାଗାର ହେବ।୧୨୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ।
  • କୋଭିଡ ଟିକା ଉତ୍ପାଦନ ପାଇଁ ୩୫୦୦୦ କୋଟି।
  • ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୮୭ କୋଟି ବ୍ୟୟବରାଦ।
  • ନାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଓ୍ୱାର୍ଲ୍ଡ ହେଲ୍‌ଥ ପ୍ରତିଷ୍ଠା କରାଯିବ।
  • ପୂରାଦେଶରେ ୭୫ ହଜାର ହେଲଥ ସେଣ୍ଟର ପ୍ରତିଷ୍ଠା କରାଯିବ।
  • ୬୦୨ ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ହେବ।
  • ୪ ନାସନାଲ ଇନଷ୍ଟିଚ୍ୟୁଟ ଅପ୍‌ ବାୟୋଲୋଜି ପ୍ରତିଷ୍ଠା ହେବ।

Comment