ଓଡ଼ିଶାଲାଇଭ ବ୍ୟୁରୋshamita setty

ବଲିଉଡର କେତେକ ଅଭିନେତ୍ରୀ ନିଜର ପ୍ରଥମ ଫିଲ୍ମରେ ହିଁ ରାତାରାତି ଷ୍ଟାର ବନିଛନ୍ତିା ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଫିଲ୍ମରେ ଆଉ ଦେଖା ମିଳିନାହିଁ। ଏହି ଅଭିନେତ୍ରୀଙ୍କ ମଧ୍ୟରେ ରହିଛନ୍ତି ଶମିତା ସେଟ୍ଟୀ। ବଲିଉଡର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ସାନ ଭଉଣୀ ଶମିତା ଆଜି ୪୨ ବର୍ଷରେ ପାଦ ଦେଇଛନ୍ତି।

ବଲିଉଡର ସୁପରହିଟ ହିରୋଇନ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ଶମିତା।  ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ ଫିଲ୍ମ ‘ମହବତେଁ’ରୁ କରିଥିଲେ। ଏହି ଫିଲ୍ମ ୨୦୦୨ରେ ରିଲିଜ ହୋଇଥିଲା।

ଏହି ଫିଲ୍ମରେ ଶମିତା ବେଶ ଲୋକପ୍ରିୟତା ହାସଲ କରିଥିଲୋ ଫିଲ୍ମ ‘ମହବତେଁ’ ପରେ ଶମିତା ଅଗ୍ନିପଙ୍ଖ, ଫରେବ, ଜହର ଫିଲ୍ମରେ ଅଭିନୟ କରିଥିଲୋ ହେଲେ ଫିଲ୍ମକୁ ଏତେଟା ସଫଳତା ମିଳିପାରିନଥିଲା।

୨୦୦୦ରୁ ୨୦୦୮ ମଧ୍ୟରେ ଶମିତା ପାଖାପାଖି ୯ଟି ଫିଲ୍ମରେ କାମ କରିଥିଲୋ ଏହି ଫିଲ୍ମଗୁଡ଼ିକରୁ ୭ଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା।

ପାଖାପାଖି ୧୦ ବର୍ଷ ମଧ୍ୟରେ ଶମିତା ବଡ଼ ପରଦାରୁ ଦୂରେଇ ରହିଛନ୍ତିା ୪୦ ବର୍ଷୀୟ ଶମିତା ଏଯାଏଁ ବିବାହ କରିନାହାନ୍ତିା ଅବଶ୍ୟ ଅନେକ ସମୟରେ ଶମିତାଙ୍କ ଡେଟିଂକୁ ନେଇ ଚର୍ଚ୍ଚା ହୋଇଥାଏା ଶମିତା ଭଉଣୀ ଶିଳ୍ପାଙ୍କ ଭଳି ସବୁବେଳେ ଫିଟ ରହନ୍ତି ଓ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି।

Comment