ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ମୋଗଲ ଗାର୍ଡେନ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ପ୍ରସିଦ୍ଧ ମୋଗଲ ଗାର୍ଡେନ ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ଖୋଲା ରହିବ।

ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏଠାକୁ ସାଧାରଣ ଲୋକ ପ୍ରବେଶ କରିପାରିବେ। ଏଥିପାଇଁ ପର୍ଯ୍ୟଟକଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ପର୍ଯ୍ୟଟକଙ୍କ ପାଇଁ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ତେବେ ଯେଉଁ ପର୍ଯ୍ୟଟକ ଏହି ଗାର୍ଡେନ ଯିବେ ସେମାନେ ସାଙ୍ଗରେ ନିଜର ପରିଚୟ ପତ୍ର ସାଙ୍ଗରେ ନେବେ।

ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ମୋଗଲ ଗାର୍ଡେନକୁ ପ୍ରତିବର୍ଷ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ଥିବା ଭଳି କି ଭଳି ରଙ୍ଗ ବେରଙ୍ଗର ଫଟୋ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ବଗିଚାରେ ପ୍ରାୟ ୩ ହଜାରରୁ ଅଧିକ ଫୁଲ ଗଛ ରହିଛି।

କରୋନା ମହାମାରୀ ଯୋଗୁଁ ଗତ ୧୦ ମାସ ହେଲା ସାଧାରଣ ଲୋକଙ୍କ ପାଇଁ ଏହି ବଗିଚା ବନ୍ଦ ରହିଥିଲା।

Comment