ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୧୭ରେ ହେବନି ପିପିଲି ଉପନିର୍ବାଚନ। ନିର୍ବାଚନ ପାଇଁ ଆଉଥରେ ନୂଆ ତାରିଖ ଘୋଷଣା ହେବ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗାରଜଙ୍କ ମୃତ୍ୟୁ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ଘଟିଛି। ତାଙ୍କର ମୃତ୍ୟୁ ଯୋଗୁଁ ପିପିଲି ଉପନିର୍ବାଚନ ତାରିଖ ଘୁଞ୍ଚିବ ବୋଲି ସ୍ପଷ୍ଟ ହୋଇଛି।

ନୂଆ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ପୁଣି ଥରେ ପ୍ରାର୍ଥୀ‌ ଦେବାକୁ ପଡ଼ିବ। ବିଜେଡି ଓ ବିଜେପି ସମେତ ଅନ୍ୟ ପ୍ରାର୍ଥୀମାନଙ୍କ ନାଁ ବଳବତ୍ତର ରହିବ।

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ପଡ଼ିବାର ଥିଲା। ଏଥିପାଇଁ ପ୍ରଚାର ଜୋରସୋର ଚାଲିଥିଲା। ଆସନ୍ତାକାଲି ପ୍ରଚାରର ଶେଷ ଦିନ ଥିବାରୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରଚାର ଜୋରସୋର ଚଳାଇଥିଲେ। ହେଲେ ନିର୍ବାଚନର ୨ ଦିନ ପୂର୍ବରୁ ଅଜିତଙ୍କ ମୃତ୍ୟୁ ଘଟିଛି।

ଗତ ୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାରକୁ ବାହାରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିଲେ। ଏହାପରେ ସମର୍ଥକମାନେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲା। ପରେ ସେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା।

Comment