ଓଡ଼ିଶାଲାଇଭ୍‌ ବ୍ୟୁରୋcorona test

କରୋନାର ଦ୍ୱିତୀୟ ଲହର ଏବେ ଘାତକ ସାଜୁଛି। ଦିନକୁ ଲକ୍ଷାଧିକ ସଂକ୍ରମଣ ସମସ୍ତଙ୍କ ହୋସ୍‌ ଉଡ଼ାଇଲାଣି। ଶରୀରରେ ଲକ୍ଷଣ ନାହିଁ। ଆରଟିପିସିଆର ଟେଷ୍ଟ ରିପୋର୍ଟ ବି ନେଗେଟିଭ୍‌। ତଥାପି ଜଣେ କରୋନା ଆକ୍ରାନ୍ତ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିଭିନ୍ନ ରାଜ୍ୟରୁ ଏବେ ଏଭଳି କେସ୍‌ ସାମ୍ନାକୁ ଆସୁଛି, ଯାହା ଚିନ୍ତା ବଢ଼ାଉଛି।

କାହିଁକି ସ୍ୱାବରୁ ଭାଇରସ ଚିହ୍ନଟ ହେଉନାହିଁ?

ସାଧାରଣତଃ କରୋନା ଭାଇରସ ନାକ ଓ ପାଟି ଦେଇ ଶରୀର ଭିତରକୁ ପ୍ରବେଶ କରୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବେଳେ ବେଳେ ଭାଇରସ ନାକରେ ନରହି ଫୁସଫୁସକୁ ପଳାଉଛି। ଯେହେତୁ ନାକରେ ଭାଇରସ ନଥାଏ ତେଣୁ ସ୍ୱାବରେ ଭାଇରସକୁ ଚହ୍ନଟ କରାଯାଇପାରୁନାହିଁ। ଫଳରେ ଆଣ୍ଟିଜେନ୍‌ କି ଆରଟିପିସିଆର ଟେଷ୍ଟରରୁ ଭାଇରସକୁ ଠାବ କରାଯାଇପାରୁନାହିଁ।

ସିଟି ସ୍କାନରେ ଜଣାପଡ଼ୁଛି ସଂକ୍ରମଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆରଟିପିସିଆର ରିପୋର୍ଟ ନେଗେଟିଭ ସହିତ କୌଣସି ଲକ୍ଷଣ ନଥିବା ଲୋକଙ୍କ ସିଟି ସ୍କାନ ପରେ ଛାତିରେ ସଂକ୍ରମଣ ରହିଥିବା ଜଣାପଡ଼ୁଛି। ସେହିପରି କିଛି ଲୋକଙ୍କ କ୍ଷେତ୍ରରେ ଡବଲ ଆରଟିପିସିଆର ଟେଷ୍ଟ କରାଇବା ପରେ ପଜିଟିଭ ଥିବା ଜଣାପଡ଼ୁଛି। ଏମ୍‌ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ବି ଏକଥାକୁ ସମର୍ଥନ କରିଛନ୍ତି। ତେଣୁ ଲକ୍ଷଣ ବିହୀନ ଏଭଳି ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟତମ ବାଟ ହେଉଛି ସିଟି ସ୍କାନ।

ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ପକ୍ଷରୁ ସିଟି ସ୍କାନ ସମ୍ପର୍କରେ କିଛି କୁହାଯାଇନାହିଁ।  କରୋନା ପଜିଟିଭ ନେଇ ‘ହୁ’ର ଯାହା ଗାଇଡଲାଇନ ରହିଛି ସେଥିରେ ସିଟି ସ୍କାନ କଥା କିଛି ନାହିଁ।

ନୂଆ ଷ୍ଟ୍ରେନର ଲକ୍ଷଣ?

  • ଦେହ ହାତ ଅବଶ ଲାଗିବା
  • ଭୋକ ନ ହେବା
  • ମୁଣ୍ଡ ବିନ୍ଧା ହେବା
  • ଦେହ ହାତ ଘୋଳା ବିନ୍ଧା ହେବା
  • ଦିନକୁ ୪ରୁ ୫ ଥର ପତଳା ଝାଡ଼ା ହେବା
  • ଚର୍ମ ରୋଗ ହେବା ଯେପରିକି ଚର୍ମ କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା
  • ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
  • ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

ଲକ୍ଷଣ ନଥିବା ବ୍ୟକ୍ତିଙ୍କ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବାରୁ ହସ୍ପିଟାଲକୁ ଯାଉଛନ୍ତି। ପରେ ସେମାନଙ୍କ ସିଟି ସ୍କାନ ହେବା ପରେ ପଜିଟିଭ ଜଣାପଡ଼ୁଛି।

Comment