ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଆଜି ଜନ୍ମଦିନ। ୧୯୯୫ରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ସିକ୍ରେଟ କଥା।

ବଲିଉଡର ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍‌ ଓ ବିଗତ ଦିନର ନାୟିକା ଅମ୍ରିତା ସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନଙ୍କର ଡେବ୍ୟୁ ସିନେମା ‘କେଦାରନାଥ’ ଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିଥିଲେ ସୁଶାନ୍ତ ସିଂହ ରାଜପୁତ। ଏହି ଫିଲ୍ମରେ ଦର୍ଶକ ସାରା ଅଲ୍ଲୀ ଖାନଙ୍କୁ ପସନ୍ଦ ବି କରିଥିଲେ।

ସାରାଙ୍କର ବ୍ୟକ୍ତିଗତ ଜୀବନ ବି କିଛି କମ୍ ରୋମାଞ୍ଚକର ନୁହେଁ। ସାରା ଅଲ୍ଲୀ ଖାନଙ୍କ ବାପା, ମାଆ ଦୀର୍ଘ ୧୪ ବର୍ଷ ହେବ ପରସ୍ପରଠୁ ଅଲଗା ରହୁଛନ୍ତି। ଉଭୟଙ୍କର ଛାଡ଼ପତ୍ର ହେବା ପରେ ମାଆ ଅମ୍ରିତା ଆଉ ଥରେ ବିବାହ କରିନାହାନ୍ତି। ମାତ୍ର ତାଙ୍କ ବାପା ସୈଫ୍ ଅଲ୍ଲୀ ଖାନ୍ ଦ୍ୱିତୀୟ ବିବାହ କରିଛନ୍ତି ବଲିଉଡର ବେବୋ କରିନା କପୁର ଖାନ୍‌ଙ୍କୁ।

ସାରାଙ୍କ ଜେଜେ ମା’ ହେଲେ ଶର୍ମିଲା ଟାଗୋର ପଟୌଦି। ସାରାଙ୍କ କହିବା ଅନୁଯାୟୀ ତାଙ୍କ ଜେଜେମା’ ତାଙ୍କୁ କେବେ ବି ଦୂରେଇ ଦେଇ ନାହାନ୍ତି। କେବଳ ଗୋଟିଏ ଫୋନ୍‌ କଲ୍‌ରେ ଉଭୟଙ୍କର ସମ୍ପର୍କ ସ୍ଥାପିତ ହୁଏ। ଜେଜେମା’ ଦିଲ୍ଲୀରେ ଓ ସେ ମୁମ୍ବାଇରେ ରହୁଥିବା ହେତୁ ଉଭୟଙ୍କର ଖୁବ୍‌ କମ୍‌ ଦେଖା ସାକ୍ଷାତ ହୁଏ ବୋଲି କହନ୍ତି ସାରା।

ବାପାଙ୍କ ଦ୍ୱିତୀୟ ସ୍ତ୍ରୀ କରିନା କପୁର ଖାନ୍‌ଙ୍କ ସହିତ ତାଙ୍କର ସମ୍ପର୍କ ଖୁବ୍‌ ଫ୍ରେଣ୍ଡଲି ବୋଲି କହନ୍ତି ସାରା ଅଲ୍ଲୀ ଖାନ୍‌। ସାରା କେବେବି କରିନାଙ୍କୁ ‘ମମ୍ମି’ ବା ‘ମାମା’ ବୋଲି ଡାକନ୍ତି ନାହିଁ। କରିନା ସାରାଙ୍କ ମୁହଁରୁ ସେଭଳି ସମ୍ବୋଧନ ବି ଚାହାଁନ୍ତି ନାହିଁ। ଏକଥା ବହୁ ଦିନ ଆଗରୁ ସ୍ପଷ୍ଟ କରିଛନ୍ତି କରିନା।

ସାରା ଅଲ୍ଲୀ ଖାନ୍‌ ନିଜ ମାଆ ଅମ୍ରିତା ସିଂହଙ୍କର ସବୁଠାରୁ ବଡ଼ ପ୍ରଶଂସକ। ମାଆ କେବେ ବି ତାଙ୍କୁ ପଇସାର ଅଭାବ କ’ଣ ଦେଖାଇ ନାହାନ୍ତି। ମାଆ ଖୁବ୍‌ ଧୈର୍ଯ୍ୟଶାଳୀ ଓ ପରୋପକାରୀ ମହିଳା। ସେ କେବେ ବି କାହାରି ଖରାପ ଚିନ୍ତା କରନ୍ତି ନାହିଁ ବୋଲି କହନ୍ତି ସାରା। ମାଆ ହିଁ ତାଙ୍କର ଦିଗ୍‌ଦର୍ଶକ ଓ ସବୁଠାରୁ ପ୍ରିୟ ମଣିଷ ବୋଲି ସ୍ପଷ୍ଟ ଭାବେ କହନ୍ତି ସାରା ଅଲ୍ଲୀ ଖାନ୍‌।

ବଲିଉଡର ସୁନ୍ଦରୀ ନାୟିକା ସାରା ଅଲ୍ଲୀ ଖାନ୍‌ ନିଜର ରୋମାନ୍ସ ଓ ଆଫେଆର୍‌କୁ ନେଇ ବି ଚର୍ଚ୍ଚିତା ହୋଇଛନ୍ତି। ବେଶ୍ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ଯେ ସାରା ବୀର ପହରିୟା ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ବୀର ଜଣେ ସାଧାରଣ ଘରର ପିଲା ନୁହଁନ୍ତି। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଧେଙ୍କ ନାତି। ବୀର ଓ ସାରାଙ୍କ ଫଟୋକୁ ମଧ୍ୟ ସୋସିଆଲ୍‌ ମିଡିଆରେ ଖୁବ୍‌ ପସନ୍ଦ କରାଯାଇଥିଲା।

ବୀରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ହୋଇଥିବା ଚର୍ଚ୍ଚା ସମ୍ପର୍କରେ ସାରା ଅଲ୍ଲୀ ଖାନ୍‌ କୁହନ୍ତି ଯେ ବୀର ପହରିୟା, ଖୁବ୍‌ କେଆରିଂ ଓ ସୁଇଟ୍। ତେବେ ବୀର ତାଙ୍କର ସାଙ୍ଗ, ବୟଫ୍ରେଣ୍ଡ୍ ନୁହଁନ୍ତି।

Comment