ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ–ୟୁକ୍ରେନ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ମିଳିତ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନରୁ ରୁଷ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଆଜି ପୁଣି ରୁଷ-ୟୁକ୍ରେନ ଆଲୋଚନା ହେବ। ଏଣେ ରୁଷ ପରାଜୟ ବରଣ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି।
- ରୁଷ-ୟୁକ୍ରେନ ମଧ୍ୟରେ ଗୁରୁବାର ପୁଣି ହେବ ଆଲୋଚନା
- ଯୁଦ୍ଧରେ ୪୯୮ ରୁଷ ସେନାଙ୍କର ମୃତ୍ୟୁ ହୋଇଥିବା କହିଲା ରୁଷ
- ଯୁଦ୍ଧ ସମୟରେ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଛି ଆଲେକ୍ସେଇ ନାଭାଲ୍ନି
- ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖାଯାଇଥିବା କହିଛି ରୁଷ
- ରୁଷର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ
- ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୭୫୨ ଜଣ ୟୁକ୍ରେନ ବାସିନ୍ଦା
- ସ୍କୁଲ ବେସମେଣ୍ଟରେ ଫସି ରହିଛନ୍ତି ୮ ଜଣ ଛୋଟ ପିଲା
- ରୁଷର ପରାଜୟ ସୁନିଶ୍ଚିତ ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି
- ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ
- ଗୁରୁବାର ୟୁକ୍ରେନରୁ ଫେରିବେ ଆଉ ୮୦୦ ଭାରତୀୟ ଛାତ୍ରଛାତ୍ରୀ
- ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ