ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟମ ଦିନରେ ପହଞ୍ଚିଥିବା ରୁଷୟୁକ୍ରେନ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ନିଜ ଜୀବନ ବଞ୍ଚାଇବା ଆଶାରେ ଦେଶ ଛାଡ଼ୁଛନ୍ତି ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକ। ଅନ୍ୟପଟେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ଭାରତ ସରକାର।

  • ଖାରକିଭରୁ ୟୁରୋପରେ ପହଞ୍ଚିଲେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ଶରଣାର୍ଥୀ 
  • ୟୁକ୍ରେନର ମିଲିଟାରି ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରହିବ – ରୁଷ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲଭରୋଭ
  • ୟୁକ୍ରେନରେ ରୁଷ ମେଜର ଜେନେରାଲ ଆନ୍ଦ୍ରୋଇ ସୁଖୋଭତ୍ସିଙ୍କ ମୃତ୍ୟୁ
  • ଗୁରୁବାର ସନ୍ଧ୍ୟାରେ ଆରମ୍ଭ ହେବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା
  • ରୁଷ-ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଛନ୍ତି ୨୨୭ ୟୁକ୍ରେନ ନାଗରିକ
  • ୟୁକ୍ରେନର ସାଧାରଣ ଲୋକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ମିଳିଥିବା କହିଛନ୍ତି ରୁଷ ନାଗରିକ
  • ରୁଷର ଅଭିଯୋଗ ଆମେରିକା ନିର୍ଦ୍ଦେଶ ପାଳନ କରୁଛି ୟୁକ୍ରେନ

  • ରୁଷର ୩୦ଟି ଫାଇଟର ଜେଟ୍ ଧ୍ଵଂସ କଲା ୟୁକ୍ରେନ
  • ରୁଷ ସେନାଙ୍କ ମିଶାଇଲ ମାଡ଼ରେ ଚେରନିହିଭ ସହରରେ ଥିବା ତେଲ ଡିପ୍ପୋରେ ଅଗ୍ନିକାଣ୍ଡ
  • ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସହ ରୁଷ କରୁଛି ଯୁଦ୍ଧାଭ୍ୟାସ
  • ଯୁଦ୍ଧ ସମୟରେ ୟୁକ୍ରେନ ବାସିନ୍ଦାଙ୍କ ଆଶ୍ରୟସ୍ଥଳ ପାଲଟିଛି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ
  • ୟୁକ୍ରେନରେ ଫସିଥିବା ଭାରତୀୟ ୧୯ଟି ବିମାନରେ ଗୁରୁବାର ଦେଶକୁ ଫେରିବେ
  • ୟୁକ୍ରେନର ଖାରକିଭ ସହରରେ ଜାରି ରହିଛି ରୁଷ ସେନାଙ୍କ ବୋମା ମାଡ଼
  • ରୁଷ ସେନାଙ୍କ ବୋମା ମାଡ଼ରେ ଖାରକିଭ ସହରରେ ୯ ଜଣଙ୍କ ମୃତ୍ୟୁ
  • ୟୁକ୍ରେନର ସୁମି ଅଞ୍ଚଳରେ ରୁଷ ସେନାଙ୍କ ବୋମା ମାଡ଼
  • ରୁଷର ସରାଟୋଭ ୟୁନିଟର ୮୦ ପ୍ରତିଶତ ସୈନିକଙ୍କୁ ମାରିଥିବା ଘୋଷଣା କରିଛି ୟୁକ୍ରେନ

  • ରୁଷ-ୟୁକ୍ରେନ ମଧ୍ୟରେ ଗୁରୁବାର ପୁଣି ହେବ ଆଲୋଚନା
  • ଯୁଦ୍ଧରେ ୪୯୮ ରୁଷ ସେନାଙ୍କର ମୃତ୍ୟୁ ହୋଇଥିବା କହିଲା ରୁଷ
  • ଯୁଦ୍ଧ ସମୟରେ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଛି ଆଲେକ୍ସେଇ ନାଭାଲ୍‌ନି
  • ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖାଯାଇଥିବା କହିଛି ରୁଷ
  • ରୁଷର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ
  • ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୭୫୨ ଜଣ ୟୁକ୍ରେନ ବାସିନ୍ଦା
  • ସ୍କୁଲ ବେସମେଣ୍ଟରେ ଫସି ରହିଛନ୍ତି ୮ ଜଣ ଛୋଟ ପିଲା
  • ରୁଷର ପରାଜୟ ସୁନିଶ୍ଚିତ ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି
  • ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ
  • ଗୁରୁବାର ୟୁକ୍ରେନରୁ ଫେରିବେ ଆଉ ୮୦୦ ଭାରତୀୟ ଛାତ୍ରଛାତ୍ରୀ
  • ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Comment