ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ସୁରକ୍ଷା ପାଇଁ ଯୁଦ୍ଧ ସମୟରେ ପ୍ରାଣ ହରାଉଥିବା ଓଡ଼ିଆ ସହିଦ ଯବାନମାନଙ୍କ ପରିବାରଙ୍କ ନିମନ୍ତେ ରାଜ୍ୟ ସରକାର ସହାୟତା ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅନୁକମ୍ପା ରାଶି ୫ ଲକ୍ଷ ଟଙ୍କା ରହିଥିବାବେଳେ ଏବେ ଏହି ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଏହି ରାଶି ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

ସାମରିକ ତଥା ଅର୍ଦ୍ଧ ସାମରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଏବଂ ଅଧିକାରୀମାନଙ୍କ ପରିବାରର କଲ୍ୟାଣ ନିମନ୍ତେ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ହିଁ ସହିଦ ପରିବାର କଲ୍ୟାଣ ପାଇଁ ଏକ ପାଣ୍ଠି ଗଠନ କରିଛନ୍ତି। 

ଏହି ପାଣ୍ଠିରୁ ସହିଦଙ୍କ ପରିବାରକୁ ପ୍ରଥମେ ଏକ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଥିଲା। ପରବର୍ତ୍ତୀ ସମୟରେ ୨୦୧୦ ମସିହାରେ ୨ ଲକ୍ଷ ଏବଂ ୨୦୧୨ ମସିହାରେ ଏହି ଅନୁକମ୍ପା ରାଶିରେ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିଲା। ଗତ ମେ’ ୪ ତାରିଖଠାରୁ ଏହି ରାଶିରେ ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା କରାଯାଇଛି।

Tags: #OdishaGovt #Exgritia #MirtriotFamily

Comment