ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ୨୦୨୦-୨୧ ପରୀକ୍ଷାରେ ବାଜି ମାରିଛନ୍ତି ତେଜସ୍ଵିନୀ ବେହେରା। ପ୍ରଥମ ଚେଷ୍ଟାରେ ହିଁ ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଭୁବନେଶ୍ଵର ୟୁନିଟ ୮ରେ ରହିଛଥିବା ତେଜସ୍ଵିନୀଙ୍କୁ ଏହି ସଫଳତା ପାଇଁ ଦିନରାତି ପରିଶ୍ରମ କରିବାକୁ ପଡ଼ୁଥିଲା ବୋଲି ସେ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ତେଜସ୍ଵିନୀଙ୍କର ଏହି ସଫଳତା ରାଜ୍ୟ ପାଇଁ ଗୌରବ ଆଣିଛି। ଆଗକୁ ମହିଳା ସଶକ୍ତିକରଣ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସିଭିଲ ସର୍ଭିସ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ କଠୋର ପରିଶ୍ରମ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେପର୍ଯ୍ୟନ୍ତ ଆତ୍ମସନ୍ତୋଷ ନମିଳିଛି ସେପର୍ଯ୍ୟନ୍ତ ନିଜର ଶତପ୍ରତିଶତ ଦେବା ଆବଶ୍ୟକ।

Tags: #OPSC #OAS #OCS #Exam #Topper #SuccessStory #TejaswiniBehera

Comment