ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତପ୍ତ ଖରାରେ ଜଳୁଛି ସାରା ଓଡ଼ିଶା। ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଶନିବାର ଦିନ ଗ୍ରୀଷ୍ମ ପ୍ରକୋପ ନୟାନ୍ତ କରୁଛି ଲୋକଙ୍କୁ। ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟରେ ୪୨ ଡିଗ୍ରୀ ଟପିଛି ତାପମାତ୍ରା।

ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଦିନ ୧୧ଟା ୩୦ଟା ସୁଦ୍ଧା ଏଠାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ହୀରାକୁଦରେ ୪୧ ଡିଗ୍ରୀ ରେକର୍ଡ କରାଯାଇଛି।

ଏହା ସହିତ କେନ୍ଦୁଝରରେ ୩୮.୨ ଡିଗ୍ରୀ, ଭୁବନେଶ୍ଵରରେ ୩୭.୨ ଡିଗ୍ରୀ, ଗୋପାଳପୁରରେ ୩୫.୬ ଡିଗ୍ରୀ, ବାଲେଶ୍ଵରରେ ୩୪.୮ ଡିଗ୍ରୀ, ଚାନ୍ଦବାଲିରେ ୩୩.୨ ଡିଗ୍ରୀ ଏବଂ ପାରାଦୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଶୁକ୍ରବାର ଦିନ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ା ପାଲଟିଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୪୫.୨. ସୋନପୁରରେ ୪୪.୮, ହୀରାକୁଦରେ ୪୪.୭, ବୌଦ୍ଧରେ ୪୪.୬, କିରେଇରେ ୪୪.୧, ବଲାଙ୍ଗୀରରେ ୪୪.୦, ସୁନ୍ଦରଗଡ଼ରେ ୪୩.୮, ଭବାନୀପାଟଣା ଓ ରାଉରକେଲାରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଅନୁଗୁଳ ୪୨.୭, ବାରିପଦା ୪୨.୬, ବରଗଡ଼ ଓ ଦେଓଗଡ଼ରେ ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Tags: #Weather #WeatherUpdates #SummerHeat #Odisha

Comment