ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରମିଳା ମଲ୍ଲିକ। ଶୁକ୍ରବାର ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ଏନେଇ ବିଧାନସଭାରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ଏହାପରେ ବାଚସ୍ପତି ଭାବେ ଶପଥ ନେଇ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରମିଳା ମଲ୍ଲିକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଏହାପରେ ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ ଶପଥ ଗ୍ରହଣ କରିଥିଲେ। ସେ ଗୃହରେ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା।

୨୦୧୯ ମସିହା ନିର୍ବାଚନ ପରେ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଥମେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା। ୨୦୨୨ ଜୁନ୍ ମାସରେ ସେ ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କଲେ। ୨୦୨୩ ମେ’ ମାସରେ ବିକ୍ରମ କେଶରୀ ଆରୁଖ ରାଜ୍ୟ ମନ୍ତ୍ରିମଣ୍ଡଳରେ ହୋଇ ବାଚସ୍ପତି ପଦରୁ ଇସ୍ତଫା ଦେବାପରେ ଏହି ପଦ ଖାଲି ପଡ଼ିଥିଲା।

Tags: #PramilaMalik #FirstwomanSpeaker #OdishaAssembly #Odisha

Comment