ଓଡ଼ିଶାଲାଇଭ୍ ବ୍ୟୁରୋ

ଠିକ୍ ଭାବେ ଚାଲିପାରୁନି ବିଧାନସଭା। ବିଧାନସଭାର ମୌସୁମୀ ଅଧିବେଶନ ବୁଧବାର ଦିନ ଶେଷ ହେବାକୁ ଥିବାବେଳେ ମଙ୍ଗଳବାର ଦିନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଯାଇଥିଲା ବିରୋଧୀଙ୍କ ନାରାବାଜି। ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ ବାଦ୍ ଦେବାକୁ ବିରୋଧୀ ନାରା ଦେଇଥିଲେ।

ଗୃହ କାର୍ଯ୍ୟ ଚାଲିଥିବାବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଡାଲି ଫୋପାଡ଼ିବା ଘଟଣାରେ ନିଲମ୍ବିତ ହୋଇଥିବା ୨ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ  ଜନବିରୋଧୀ ଶବ୍ଦକୁ ହଟାଇବା ଲାଗି ବିରୋଧୀ ବିଧାୟକମାନେ ଦାବି କରିବା ସହ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ପ୍ରବଳ ହଟ୍ଟଗୋଳ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିନପାରିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।

Tags: #OdishaAssemblyMonsoonSession #AssemblyHouseAdjourned #Odisha #Politics

Comment