ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାଗୀ ନେତାଙ୍କ ପାଇଁ କଠୋର ହେଉଛନ୍ତି ସୁପ୍ରିମକୋର୍ଟ। ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ କରିବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦଶେ ଦେଇଛନ୍ତି। ସ୍ବତନ୍ତ୍ର କୋର୍ଟ ଗଠନ ହେଲେ ବିଚାରାଧୀନ ମାମଲାରୁ ତୁରନ୍ତ ଶୁଣାଣି ହୋଇପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ଫଣ୍ଡ ବାବଦରେ ତଥ୍ୟ ଦେବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଡିସେମ୍ବର ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

୨୦୧୪ ସାଧାରଣ ନିର୍ବାଚନ ବେଳେ ୧୫୮୧ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିଲା। ଏମାନଙ୍କ ମଧ୍ୟରୁ କେତେଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ମାମଲାର ବିଚାର ପାଇଁ କେତେ ସମୟ ଲାଗିଲା ତାହା ଜାଣିବା ପାଇଁ ସୁପ୍ରିମକୋର୍ଟ ଚାହିଁଛନ୍ତି। ଆଉ କେତେ ମାମଲା ବର୍ତ୍ତମାନ କୋର୍ଟରେ ପଡ଼ି ରହିଛି ତାହା ମଧ୍ୟ ଜାଣିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଗ୍ରହ ପ୍ରକାଶ କରିଛନ୍ତି।

ସାଂସଦ ଓ ବିଧାୟକ ଦୋଷୀ ସାବ୍ୟସ୍ତ  ହେଲେ ନିର୍ବାଚନ ଲଢ଼ିବାରୁ ସେମାନଙ୍କୁ ବାସନ୍ଦ କରିବା ପାଇଁ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ମାମଲାର ଆଜି ଶୁଣାଣି ହୋଇଥିଲା। ଶୁଣାଣି ବେଳେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦଶେ କେନ୍ଦ୍ରକୁ ଦେଇଛନ୍ତି।

 

Comment