ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ବିଶ୍ୱକପ୍ ୨୦୧୯: ଜୁନ୍‌ ୧୬ରେ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ

୨୦୧୯ ମେ’ ୩୦ରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍। ଜୁଲାଇ ୧୪ ପର୍ଯ୍ୟନ୍ତ କ୍ରିକେଟ ମଇଦାନରେ ଚାଲିବ ଘମାଘୋଟ ଲଢ଼େଇ। ତେବେ ଟିମ୍‌ ଇଣ୍ଡିଆ ଜୁନ୍‌ ୫ରୁ ମଇଦାନକୁ ଓହ୍ଲାଇବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତୀୟ ଟିମ୍। ସେହିପରିପାକିସ୍ତାନ ଟିମ୍‌କୁ ଜୁନ୍‌ ୧୬ ତାରିଖରେ ମୁକାବିଲା କରିବ ଭାରତୀୟ ଟିମ୍।

ଫେବ୍ରୁଆରି ୨୩ରେ ଫୁଟିଥିଲା ପାର୍ସଲ ବୋମା, ଏପ୍ରିଲ ୨୩ରେ ମାଷ୍ଟରମାଇଣ୍ଡର ଖୋଲିଲା ମୁଖା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରୁ ହଟିଛି ପରଦା। ପରଦା ଆଢ଼ୁଆଳରେ ରହି ଷଡ଼ଯନ୍ତ୍ର କରିଥିବା ମାଷ୍ଟରମାଇଣ୍ଡର ବି ମୁଖା ଖୋଲିଛି। ଦୁଇ ମାସର ଖୋଳତାଡ଼ ପରେ କାଇମବ୍ରାଞ୍ଚ ଏସ୍‌ଆଇଟି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରିଛି। ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଭଇଁଷା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ନିଶା ଦେଇ ମହିଳାଙ୍କ ଭିଡିଓ ଭାଇରାଲ କଲେ ମନ୍ଦିର ପୂଜକ

ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଋଣ ଦେବା ନାଁରେ ମନ୍ଦିର ପୂଜକ ଜଣେ ମହିଳାଙ୍କୁ ନିଶା ଦେଇ ତାଙ୍କ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ମହିଳା ଜଣକ ଆଜି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି।

ବୁଧବାରଠାରୁ ଖରା ଛୁଟି, ଜୁନ୍ ୧୮ ଯାଏଁ ବନ୍ଦ ରହିବ ସ୍କୁଲ

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ୨୫ ତାରିଖଠାରୁ ଜୁନ୍ ୧୮ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ୧୯ ତାରିଖରେ ସ୍କୁଲ୍‌ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ନାବାଳିକାଙ୍କୁ ସୁରକ୍ଷା ଚିନ୍ତା: ବିଧାନସଭାରେ ସରକାର ରଖିଲେ ଉତ୍ତର

ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ। ଏହି ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ମୋହର ମାରିଥିଲେ ମଧ୍ୟ ନାବାଳିକା ଦୁଷ୍କର୍ମ ଘଟଣାରେ ପଡ଼ୁନି ପୂର୍ଣ୍ଣଛେଦ। କଟକ ଜିଲ୍ଲା ସାଲେପୁର ପୀଡ଼ିତାଙ୍କୁ ନେଇ ଚାରିଆଡ଼େ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଆଜି ସମ୍ବଲପୁରରେ ଘଟିଛି ଆଉ ଏକ ଲୋମଟାଙ୍କୁରା ଘଟଣା।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ୍

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ୍। ଓଡ଼ିଶା ହାଇକୋର୍ଟ ପ୍ରଭାତଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଜାମିନ୍ ପାଇଁ ପ୍ରଭାତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ପ୍ରଭାତ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ପାର୍ସଲ ବୋମା ଘଟଣାର ପର୍ଦ୍ଦାଫାସ ପରେ ରିମାଙ୍କ କ୍ଷୋଭ

ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍। ଘଟଣାର ମାଷ୍ଟରମାଇଣ୍ଡ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଧ୍ୟାପକ ହିଁ ମାଷ୍ଟରମାଇଣ୍ଡ

ବହୁଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛନ୍ତି ଅଧ୍ୟାପକ ପୁଞ୍ଜିଲାଲ ମେହେର। ବହୁଦିନର ଖୋଳତାଡ଼ ପରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କହିଛି କ୍ରାଇମବ୍ରାଞ୍ଚ ଟିମ୍।

Comment