ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମୁନ୍ନାଭାଇ ଏମ୍‌ବିବିଏସ୍’, ‘ଲଗେ ରହୋ ମୁନ୍ନା ଭାଇ’, ‘ଥ୍ରି ଇଡିଅଟସ୍’ ଓ ‘ପିକେ’ ଭଳି ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ କୁମାର ହିରାନୀ। ଏହାପରେ ମୁନ୍ନାଭାଇ ଓରଫ ସଞ୍ଜୟ ଦତ୍ତଙ୍କ ଉପରେ ସିନେମା କରିବାକୁ ଯାଉଛନ୍ତି।

ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଆକ୍ଟର ସଞ୍ଜୟ ଦତ୍ତଙ୍କ ଜୀବନୀ ଆଧାରିତ ଏହି ଫିଲ୍ମ ‘ସଞ୍ଜୁ’ର ସ୍କ୍ରିପ୍ଟ ପାଇଁ ନିର୍ଦ୍ଦେଶକ ରାଜ କୁମାର ହିରାନୀ ଓ ଲେଖକ ଅଭିଜିତ ଯୋଶୀ ଯାଇ ପହଞ୍ଚିଥିଲେ ସଞ୍ଜୁବାବା ଓରଫ୍ ସଞ୍ଜୟ ଦତ୍ତଙ୍କ ଘରେ। କଥାରେ କଥାରେ ସଞ୍ଜୟ ଦତ୍ତ ସେ ଦୁହିଁଙ୍କୁ ନିଜ ଜୀବନର କିଛି କଥା ଶୁଣାଇଲେ।

ଏଥିରେ ଖୁବ୍ ଉତ୍ସାହିତ ହୋଇଥିଲେ ରାଜୁ ହିରାନୀ ଓ ଅଭିଜିତ୍। ତା’ ପର ଦିନ ସେ ଦୁହେଁ ପୁଣି ସଞ୍ଜୁବାବାଙ୍କଠାରୁ ଲଗାତର ୧୮ ଘଣ୍ଟା ଧରି ସଞ୍ଜୟ ଦତ୍ତଙ୍କ ଜୀବନର କଥା ଶୁଣିଲେ।

ସେତେବେଳକୁ ଉଭୟ ନିର୍ଦ୍ଦେଶକ ରାଜ କୁମାର ହିରାନୀ ଓ ଅଭିଜିତ୍ ଯୋଶୀଙ୍କୁ ଲାଗିଲାଣି ସଞ୍ଜୁବାବାଙ୍କ ଜୀବନୀ ଉପରେ ସିନେମାଟିଏ ତିଆରି ହୋଇପାରିବ। ଏଣୁ ସେ ଦୁହେଁ କ୍ରମାଗତ ଭାବେ କିଛି ଦିନ ଯାଏଁ ସଞ୍ଜୟଙ୍କଠାରୁ ତାଙ୍କର କାହାଣୀ ଶୁଣିଲେ।

ଏହା ପରେ ଦୁହେଁ ମିଶି ସ୍କ୍ରିପ୍ଟ ତିଆରି କଲେ। ଏହା ସଞ୍ଜୟ ଦତ୍ତଙ୍କୁ ଶୁଣାଇଥିଲେ, ଯାହା ତାଙ୍କୁ ଭଲ ଲାଗିଥିଲା। ତା’ ପରେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ନିର୍ମିତ ହେଲା।

ଉଭୟେ ସ୍କ୍ରିପ୍ଟ ଲେଖିବା ବେଳେ ହିଁ ଅନୁଭବ କଲେ ଯେ ସଞ୍ଜୁବାବାଙ୍କ ରୋଲ୍ ରଣବୀର କପୁରଙ୍କୁ ସବୁଠାରୁ ବେଶି ଭଲ ସୁଟ୍ କରିବ। ଏରୁ ରାଜକୁମାର ହିରାନୀ ରଣବୀର କପୁରଙ୍କୁ ଆପ୍ରୋଚ୍ କଲେ।

‘ସଞ୍ଜୁ’ରେ ଏହି ଛଅଜଣଙ୍କ ଭୂମିକା ବି ଗୁରୁତ୍ଵପୂର୍ଣ୍ଣ

ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଆକ୍ଟର ସଞ୍ଜୟ ଦତ୍ତଙ୍କ ଜୀବନୀ ଆଧାରିତ ଏହି ଫିଲ୍ମ ‘ସଞ୍ଜୁ’ରେ ଟାଇଟଲ୍ ରୋଲ୍‌ରେ ଆସୁଛନ୍ତି  ରଣବୀର କପୁର। ହେଲେ ଏହି ସିନେମାରେ କେବଳ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ନୁହେଁ ବରଂ ଏଥିରେ ଆହୁରି କେତେକ ଗୁରୁତ୍ଵପୂର୍ଣ୍ଣ ଚରିତ୍ର ବି ଅଛି, ଏବେ ଜାଣିବା ସେମାନେ କିଏ?

ପରେଶ୍ ରା: ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ସଞ୍ଜୁ’ରେ ସଞ୍ଜୟଙ୍କ ସୁନିଲ୍ ଦତ୍ତଙ୍କ ଭୂମିକାରେ ନଜର ଆସିବେ ଭର୍ସାଟାଇଲ୍ ଆକ୍ଟର  ପରେଶ୍ ରାୱଲ। ସେ ବି ଏଥିରେ ସୁନିଲ ଦତ୍ତଙ୍କ ଷ୍ଟାଇଲକୁ ଫଲୋ କରିଥିଲେ।

ମନୀଷା କୋଇରାଲା: ‘ସଞ୍ଜୁ’ରେ ସଞ୍ଜୟ ଦତ୍ତଙ୍କ ମାଆ ନରଗୀସ୍ ଦତ୍ତ ଭୂମିକାରେ ଦେଖିବାକୁ ମିଳିବ ନବେ ଦଶକର ହିଟ୍ ନାୟିକା ମନୀଷା କୋଇରାଲାଙ୍କୁ।

ଦୀୟା ମିର୍ଜା: ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ଭୂମିକାରେ ଅଭିନୟ କରିଛନ୍ତି ଜଣାଶୁଣା ଅଭିନେତ୍ରୀ ଦୀୟା ମିର୍ଜା। ମାନ୍ୟତା ହେଉଛନ୍ତି ସଞ୍ଜୟଙ୍କର ତୃତୀୟ ପତ୍ନୀ।

ଭିକି କୌଶଲ: ସଞ୍ଜୟ ଦତ୍ତଙ୍କର ଅନେକ ସାଙ୍ଗ ଅଛନ୍ତି। ହେଲେ ସେଥିମଧ୍ୟରୁ ଯିଏ ସବୁଠାରୁ ଖାସ୍, ସେଭଳି ଏକ ଭୂମିକାରେ ଦେଖିବାକୁ ମିଳିବ ଭିକି କୌଶଲଙ୍କୁ।

ଅନୁଷ୍କା ଶର୍ମା: ‘ସଞ୍ଜୁ’ର ଷ୍ଟାରକାଷ୍ଟରେ ବଲିଉଡର ଟପ୍ ହିରୋଇନ୍ ଅନୁଷ୍କା ଶର୍ମା ବି ଅଛନ୍ତି। ହେଲେ ସେ କେଉଁ ଭୂମିକା ନିଭାଇଛନ୍ତି ତାହା ଏବେ ଜଣାପଡ଼ିଛି। ଅନୁଷ୍କା ଶର୍ମା ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ।

ମାଧୁରୀ ଦୀକ୍ଷିତ: ‘ସଞ୍ଜୁ’ରେ ସାୱରିୟା ଗର୍ଲ ସୋନମ କପୁର ବି ନଜର ଆସିବେ। ସେ ଏଥିରେ ମାଧୁରୀ ଦୀକ୍ଷିତଙ୍କ ଭୂମିକାରେ ଦେଖା ଦେବେ ବୋଲି ଚର୍ଚ୍ଚା ହେଉଛି। ମାଧୁରୀ ସଞ୍ଜୟଙ୍କର ପୂର୍ବତନ ‘ସାଜନ’ ଫିଲ୍ମ ପରେ ସଞ୍ଜୁବାବା ଓ ମାଧୁରୀଙ୍କ ଆଫେଆରକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

ରଣବୀର କପୁର ଏହି ସ୍କ୍ରିପ୍ଟ ଶୁଣିବା ପରେ ନର୍ଭସ ହୋଇଯାଇଥିଲେ। କିନ୍ତୁ ରାଜକୁମାର ହିରାନୀଙ୍କ ଉତ୍ସାହ କ୍ରମେ ରାଜି ହୋଇଥିଲେ ରଣବୀର। ତା’ ପରେ ଅନ୍ୟାନ୍ୟ ଚରିତ୍ର ପାଇଁ କଳାକାର ମନୋନୟନ ଆରମ୍ଭ ହୋଇଥିଲା।

Comment