ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡରେ ଆକ୍ଟିଂରେ କ୍ୟାରିଅର୍ କରିବା ପୂର୍ବରୁ କିଏ ଆସିଷ୍ଟାଣ୍ଟ୍ ଡିରେକ୍ଟର ତ ପୁଣି କିଏ ପ୍ରଯୋଜନା ସଂସ୍ଥାରେ ଚାକିରି କରୁଥିବାର ନଜିର ରହିଛି। ହେଲେଏମିତି ବି କିଛି ଷ୍ଟାର୍ ଅଛନ୍ତି, ଯେଉଁମାନେ ବଲିଉଡରେ ପାଦ ଥାପିବା ପୂର୍ବରୁ ବ୍ୟାକ୍‌ଷ୍ଟେଜ୍ ଡ୍ୟାନ୍‌ସର ଥିଲେ।

ବଲିଉଡରେ ଷ୍ଟାର ହେବା କଷ୍ଟକର କାମ। ଠିକ୍ ସେହିଭଳି ଫିଲ୍ମରେ ଲିଡ୍ ରୋଲ୍ ପାଇବା ମଧ୍ୟ ସହଜସାଧ୍ୟ ନୁହେଁ। ଏଥିପାଇଁ କଳାକାରମାନଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥାଏ। ବଲିଉଡରେ ଏମିତି କିଛି ନାମୀ ଷ୍ଟାର୍ ଅଛନ୍ତି, ଯେଉଁମାନେ ପ୍ରଥମେ ବ୍ୟାକ୍‌ଷ୍ଟେଜ୍ ଡ୍ୟାନସର୍ ଥିଲେ।

ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ…

ଶାହିଦ କପୁର

ବଲିଉଡର ହାର୍ଟଥ୍ରୋବ୍‌ ଆକ୍ଟର ଶାହିଦ୍ କପୁର ଅଭିନେତା ପଙ୍କଜ କପୁରଙ୍କ ପୁଅ। କିନ୍ତୁ ସେ ପିତାଙ୍କ ପରିଚୟରେ ନୁହେଁ, ବରଂ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି। ଶାହିଦ୍ କପୁର ‘ଇଶ୍କବିଶ୍କ’ ଫିଲ୍ମରେ ପ୍ରଥମେ ହିରୋ ବନିଥିଲେ। ହେଲେ ତା’ ପୂର୍ବରୁ ସେ ସୁପରହିଟ୍ ଫିଲ୍ମ ‘ତାଲ୍‌’ର ଏକ ଗୀତ ‘କହିଁ ଆଗ୍ ଲଗ୍ ଜାଏ…’ ଗୀତରେ ବ୍ୟାକ୍‌ଗ୍ରାଉଣ୍ଡ୍ ଡ୍ୟାନ୍‌ସର ଭାବେ ନଜର ଆସିଥିଲେ।

ଅରସାଦ୍ ୱାରସୀ

‘ମୁନ୍ନାଭାଇ ଏମବିବିଏସ୍’ ଓ ‘ଲଗେ ରହୋ ମୁମ୍ନାଭାଇ’ ଭଳି ଫିଲ୍ମରେ ପ୍ରସିଦ୍ଧି ଲାଭ କରିଥିଲେ ଅଭିନେତା ଅରସାଦ୍ ୱାରସୀ। ସେ ଫିଲ୍ମରେ ଲିଡ୍ ରୋଲ୍‌ କରିବା ପୂର୍ବରୁ ଜିତେନ୍ଦ୍ରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ଆଗ୍‌ସେ ଖେଲେଙ୍ଗେ’ର ଏକ ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍‌ସର ରୂପେ କ୍ୟାରିଅର୍ ଆରମ୍ଭ କରିଥିଲେ।

ଡେଜି ଶାହା

ବଲିଉଡର ଜଣାଶୁଣା ହିରୋଇନ୍ ଡେଜି ଶାହା ମଧ୍ୟ ବ୍ୟାକ୍‌ ରାଉଣ୍ଡ ଡ୍ୟାନ୍ସର ଥିଲେ। ସେ ସଲମାନ୍‌ ଖାନ୍‌ଙ୍କ ସୁପରହିଟ୍ ଫିଲ୍ମ ‘ତେରେ ନାମ୍’ରେ ଓ ଜାନା…’ ଗୀତରେ ନୃତ୍ୟ କରିଥିଲେ। ଡେଜି ଶାହା ସଲମାନଙ୍କ ବିପକ୍ଷରେ ଏକ ଫିଲ୍ମ ଜୟ ହୋରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ।

ସୁଶାନ୍ତ ସିଂହ ରାଜପୁତ

ବଲିଉଡରେ ‘କାଇ ପୋଛେ’ରୁ ଡେବ୍ୟୁ କରିଥିଲେ ହିରୋ ସୁଶାନ୍ତ ସିଂହ ରାଜପୁତ। ତେବେ ବଲିଉଡରେ ହିରୋ ହେବା ଆଗରୁ ସୁଶାନ୍ତଙ୍କୁ ଟେଲି ସିରିଆଲ୍ ‘ପବିତ୍ର ରିସ୍ତା’ରେ ଲିଡ୍‌ରୋଲ୍‌ରେ ଦେଖିବାକୁ ମିଳିଥିଲା। ସୁଶାନ୍ତ ସିଂହ ରାଜପୁତ ଏହା ପୂର୍ବରୁ ରିତିକ୍ ରୋଶନ୍ ସୁପରହିଟ୍ ଫିଲ୍ମ ‘ଧୁମ୍‌-2’ରେ ଟାଇଟଲ୍ ଗୀତରେ ବ୍ୟାକଗ୍ରାଉଣ୍ଡ୍ ଡ୍ୟାନ୍‌ସର ଭାବେ ଦେଖା ଦେଇଥିଲେ।

ଦିୟା ମିର୍ଜା

ବଲିଉଡରେ ଖୁବ୍ କମ୍ ଫିଲ୍ମରେ ନଜର ଆସିଛନ୍ତି ଦୀୟା ମିର୍ଜା। ସେ ବି ଫିଲ୍ମରେ ଲିଡ୍ ରୋଲ୍‌ ପାଇବା ଆଗରୁ ଜଣେ ବ୍ୟାକ୍‌ଗ୍ରାଉଣ୍ଡ୍ ଡ୍ୟାନ୍‌ସର ଥିଲେ। ଦିୟା ମିର୍ଜା ସାଉଥ୍ ଫିଲ୍ମ ‘ଇନ୍ ସବାସା କାତ୍ରେ’ରେ ଏକ ଗୀତରେ ବ୍ୟାକ୍‌ଗ୍ରାଉଣ୍ଡ୍ ଡ୍ୟାନସର ଭାବେ କାମ କରିଥିଲେ।

କାଜଲ୍ ଅଗ୍ରୱାଲ୍‌

ସୁପରହିଟ୍ ଫିଲ୍ମ ’ସିଂଘମ୍‌’ରେ ବଲିଉଡ୍‌ରେ ନାୟିକା ଭାବେ ନୂଆ ପରିଚୟ ହାସଲ କରିଥିଲେ ସାଉଥ୍‌ର ନାମୀ ଦାମୀ ତାରକା କାଜଲ୍ ଅଗ୍ରୱାଲ। କାଜଲ୍ ଫିଲ୍ମରେ ଲିଡ୍‌ରୋଲ୍‌ କରିବା ପୂର୍ବରୁ ସଲମାନ୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘କ୍ୟୁଁ ହୋ ଗୟା ନା’ରେ ଜଣେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନସର ଭାବେ ନଜର ଆସିଥିଲେ।

Comment