ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଇଷ୍ଟର୍ଣ୍ଣ ପିଙ୍କ୍ ଦ୍ଵାରା ପ୍ରଯୋଜିତ ବେଶ୍ କେତୋଟି ନାଟକ ଯଲିଉଡରେ ଖୁବ୍ ଚର୍ଚ୍ଚିତ ଓ ଲୋକପ୍ରିୟ ହୋଇଛି। ସେଥିମଧ୍ୟରୁ ଗୋଟିଏ ହେଲା ‘ରାଜଧାନୀ ଏକ୍ସପ୍ରେସ’। ଏହାର କାହାଣୀ ବେଶ୍ ମଜାଦାର ଓ ରୋମାଞ୍ଚକର।

ଯଲିଉଡରେ ଚହଳ ସୃଷ୍ଟି କରିଥିଲା ଇଷ୍ଟର୍ଣ୍ଣ ପିଙ୍କର ଯାତ୍ରା  ‘ରାଜଧାନୀ ଏକ୍ସପ୍ରେସ’। ଏହି ଯାତ୍ରାର କଥାବସ୍ତୁ ଯେମିତି ମନକୁ ଛୁଇଁଥିଲା ପ୍ରତ୍ୟେକ କଳାକାରଙ୍କ ଅଭିନୟ ଯାତ୍ରା ପାଇଁ ଆହୁରି ସଫଳତା ଆଣି ଦେଇଥିଲା। ଏହି ଚର୍ଚ୍ଚିତ ଯାତ୍ରାର ନିର୍ଦ୍ଦେଶନା ଦେଇଥିଲେ ଓଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର। ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଏକନ।

ଏହି ଲୋକପ୍ରିୟ ନାଟକର ସଂକ୍ଷିପ୍ତ କଥାବସ୍ତୁ

ଜଣେ ଧନୀ ଠିକାଦାର ହେଲେ ବାସୁଦେବ ମହାପାତ୍ର। ପତ୍ନୀ ସୁଧା ମହାପାତ୍ର ଓ ଏକମାତ୍ର ପୁତ୍ର ବିଧାନଙ୍କୁ ନେଇ ବାସୁଦେବ ମହାପାତ୍ରଙ୍କର ପରିବାର। ବିଧାନ ନୂଆ ଦିଲ୍ଲୀରେ ଇଞ୍ଜିନିୟରିଂ ପାଠପଢ଼ା କରେ। ସେହି ସମୟରେ ସେ ବିଶାଖା ନାମ୍ନୀ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଯାଏ।

ବିଧାନ ଓ ବିଶାଖା ବାହା ହେବାର ନିଷ୍ପତ୍ତି ନିଅନ୍ତି। ବାହାଘର ଖବର ବାପା ମାଆଙ୍କୁ ଦିଅନ୍ତି ନାହିଁ। ଉଭୟଙ୍କର ବାହାଘରକୁ ଦୁଇବର୍ଷ ହୋଇଯାଏ। ତା’ ଭିତରେ ସେମାନଙ୍କର ଆଠ ମାସର ପୁଅଟିଏ ହୋଇଛି।

ଏଣେ ବିଧାନର ବାହାଘର ପାଇଁ ବିଶିଷ୍ଟ ଠିକାଦାର ବାସୁଦେବ ମହାପାତ୍ର ଓ ତାଙ୍କ ପତ୍ନୀ ସୁଧା ମହାପାତ୍ର ଖୁବ୍ ବ୍ୟସ୍ତ ହୁଅନ୍ତି। ସେ ଦୁହେଁ ପୁଅ ବିଧାନକୁ ନ ପଚାରି ଝିଅ ଦେଖା କାମ ଆରମ୍ଭ କରିଦିଅନ୍ତି। ପଡୋଶୀ ମହି ମହାନ୍ତିଙ୍କ ଝିଅ ରେଖାକୁ ମନୋନୀତ କରନ୍ତି। ରେଖାକୁ ବିଧାନ ସହିତ ବାହା କରାଇ ବୋହୂ କରି ଘରକୁ ଆଣିବେ ବୋଲି ସ୍ଥିର କରନ୍ତି ବାସୁଦେବ ମହାପାତ୍ର। ଏହା ପରେ ପୁଅ ବିଧାନକୁ ଘରକୁ ଆସିବା ପାଇଁ କହନ୍ତି।

ବିଧାନ ନିଜର ବାହାଘର ଠିକ୍ ହୋଇଥିବା କଥା ଜାଣିବା ପରେ ବିସ୍ମିତ ହୁଏ। ସେ ବି ଶେଷରେ ବାପା, ମାଆଙ୍କୁ ସତ କହିଦିଏ ଯେ ବାହା ହୋଇସାରିଛି। ତା’ର ଗୋଟିଏ ଆଠ ମାସର ପୁଅ ଅଛି ବୋଲି ମଧ୍ୟ କୁହେ।

ଏକଥା ଶୁଣିବା ପରେ ବାସୁଦେବ ମହାପାତ୍ର ପୁଅକୁ ଘରୁ ତଡ଼ି ଦିଅନ୍ତି। ବିଧାନ ମନଦୁଃଖରେ ଦିଲ୍ଲୀକୁ ଫେରିଆସେ। ଏଣେ ପୁଅଠାରୁ ଦୂରରେ ରହି ମାଆ ସୁଧା ଶଯ୍ୟାଶାୟୀ ହୁଅନ୍ତି। ପୁଅ ବିଧାନ ଘରକୁ ଫେରିଆସିଲେ ସୁଧା ଭଲ ହୋଇଯିବେ ବୋଲି ଡାକ୍ତର ବାସୁଦେବ ମହାପାତ୍ରଙ୍କୁ ପରାମର୍ଶ ଦିଅନ୍ତି।

ଅନ୍ୟ ଉପାୟ ନ ପାଇ ବାସୁଦେବ ପୁଅ ବିଧାନଙ୍କୁ ଫୋନ୍ କରି ଘରକୁ ଡାକନ୍ତି। ବାପାଙ୍କ ଫୋନ୍ କଲ୍ ପାଇବା ମାତ୍ରେ ବିଧାନ, ପତ୍ନୀ ବିଶାଖା ଓ ପୁଅକୁ ଧରି ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଆସେ। ହେଲେ ବାଟରେ ବିଧାନର କକା ଚାଉ ମହାପାତ୍ର ବିଧାନଙ୍କୁ ହତ୍ୟା କରି   ନଦୀ ଭିତରେ ଫିଙ୍ଗିଦିଏ।

ବିଧାନର ମୃତ୍ୟୁ ପରେ ଧୈର୍ଯ୍ୟହରା ହୋଇପଡ଼େ ବିଶାଖା। ସେହି ଟ୍ରେନରେ ଭୂମିକା ନାମ୍ନୀ ଜଣେ ଯୁବତୀ ଆସୁଥିଲେ। ସେ ବିଶାଖାକୁ ବୁଝାଇଲେ। ହେଲେ ବିଶାଖା ନିଜ ପୁଅକୁ ଭୂମିକା ହାତରେ ସମର୍ପି ଦେଇ ଟ୍ରେନରୁ ଡେଇଁପଡ଼େ।

ଏହା ଆଗରୁ ଭୂମିକା ପାଇଁ ଏକ ଚିଠି ଲେଖି ଛାଡ଼ିଯାଇଥାଏ ବିଶାଖା। ସେହି ଚିଠିରେ ବିଶାଖା ନିଜ ପୁଅକୁ ଶାଶୂ ଶଶୂରଙ୍କୁ ପାଖରେ ପହଞ୍ଚାଇବାର ଦାୟିତ୍ଵ ଦିଏ।

ଭୂମିକା ବିଶାଖାର କଥା ମାନି ବାସୁଦେବ ମହାପାତ୍ରଙ୍କ ଘରେ ନିଜକୁ ବୋହୁର ପରିଚୟ ଦେଇରହେ। ଏହାପରେ ବାସୁଦେବ ମହାପାତ୍ରଙ୍କୁ ଭୂମିକା କ’ଣ ବିଧାନଙ୍କର ମୃତ୍ୟୁ ଖବର ଦିଅନ୍ତି? ଚାଉ ମହାପାତ୍ର ସତରେ କ’ଣ  ବିଶାଖା ଓ ବିଧାନ ସତରେ ମରିଥାନ୍ତି ନା ସେମାନେ ବଞ୍ଚିଛନ୍ତି? ଏଭଳି ଦ୍ଵନ୍ଦ ଓ ଉତ୍କଣ୍ଠାରେ ଶେଷ ହୁଏ ବହୁଚର୍ଚ୍ଚିତ ନାଟକ ‘ରାଜଧାନୀ ଏକ୍ସପ୍ରେସ’ର ଶେଷ ଦୃଶ୍ୟରେ ।

Comment