ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କଳାକାରମାନେ ଆଉ ଷ୍ଟେରିଓ ଟାଇପ୍ ରୋଲ୍ କରିବାକୁ ଚାହାନ୍ତି ନାହିଁ। ସେମାନେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି, ଏହି କାରଣରୁ କେତେକ ବଲିଉଡ୍ କଳାକାର ଫିଲ୍ମରେ ସମଲିଙ୍ଗୀ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।

ଆସନ୍ତୁ ନଜର ପକାଇବା ସେଭଳି କିଛି ବଲିଉଡ କଳାକାରଙ୍କ ଉପରେ।

ଅଭିଷେକ ବଚ୍ଚନ

ବଲିଉଡ୍ କଳାକାର ଅଭିଷେକ ବଚ୍ଚନ ତାଙ୍କର କ୍ୟାରିଅରରେ କେତୋଟି ହିନ୍ଦୀ ସିନେମାରେ ବେଷ୍ଟ ପରଫର୍ମାନ୍ସ ଦେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ଦୋସ୍ତାନା’। ଏଥିରେ ଅଭିଷେକଙ୍କ ଅଭିନୀତ ଭୂମିକା ହେଲା ସାମ୍।

‘ଦୋସ୍ତାନା’ରେ ଅଭିଷେକ ବଚ୍ଚନଙ୍କୁ ଜଣେ ମେଲ ନର୍ସ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଜଣେ ସମଲିଙ୍ଗୀ। ଜୁନିଅର ବଚ୍ଚନଙ୍କ ସହିତ ଏହି ସିନେମାରେ ଜନ୍ ଆବ୍ରାହମ୍ ବି ଥିଲେ ଲିଡ ରୋଲରେ।

ମନୋଜ ବାଜପେୟୀ

ବହୁମୁଖୀ ପ୍ରତିଭା ସମ୍ପନ୍ନ ବଲିଉଡ କଳାକାର ମନୋଜ ବାଜପେୟୀ ‘ଆଲିଗଡ଼’ ସିନେମାରେ ଜଣେ ସମଲିଙ୍ଗୀ ବ୍ୟକ୍ତି ଭୂମିକାରେ ନଜର ଆସିଥିଲେ।

ଏହି ବଲିଉଡ କଳାକାର ‘ଆଲିଗଡ’ରେ ଜଣେ ପ୍ରଫେସର ଭୂମିକାରେ ଅଭିନୟ କରିଥିଲେ। ସେ ସମଲିଙ୍ଗୀ କାର୍ଯ୍ୟକଳାପରେ ଜଡ଼ିତ ହେବା ପରେ ସିରାଜ୍ (ମନୋଜ ବାଜପେୟୀ)ଙ୍କୁ ବିଶ୍ୱ ବିଦ୍ୟାଳୟରୁ ତଡ଼ା ଖାଇବାକୁ ପଡ଼ିଥିଲା।

ଫୱାଜ ଖାନ୍

ପାକିସ୍ତାନୀ ଅଭିନେତା ଫୱାଜ ଖାନ୍ ମଧ୍ୟ ଜଣେ କଳାକାର। ସେ ବି ଏକ ହିନ୍ଦୀ ସିନେମାରେ ହୋମୋ ସେକସୁଆଲ୍ ଚରିତ୍ର ନିଭାଇଥିଲେ। ଏହି ଫିଲ୍ମର ଟାଇଟଲ୍ ହେଲା  ‘କପୁର ଆଣ୍ଡ ସନ୍ସ’।

ଶବାନା ଆଜମୀ

ବଲିଉଡ କଳାକାର ଶବାନା ଆଜମୀ ଏକାଧିକ ଥର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି। ତାଙ୍କର ଅନେକ ଚର୍ଚ୍ଚିତ ସିନେମାରୁ ଗୋଟିଏ ହେଲା ‘ଫାୟାର୍‌’। ଏହି ସିନେମାରେ ବଲିଉଡ କଳାକାର ଶବାନା ଆଜମୀଙ୍କୁ ଦେଖିବାକୁ ମିଳିଥିଲା ଜଣେ ସମଲିଙ୍ଗୀ ଭୂମିକାରେ। ସେ ସମଲିଙ୍ଗୀ ସମ୍ପର୍କକୁ ଖୁବ୍ ନିପୁଣ ଭାବରେ ନିଭାଇ ଚର୍ଚ୍ଚିତା ହୋଇଥିଲେ।

କଲ୍‌କି କୋଚଲିନ୍

ବଲିଉଡ୍ କଳାକାର କାଲକି କୋଚଲିନ୍ ବି ସମଲିଙ୍ଗୀ ଭୂମିକାରେ ନଜର ଆସିଛନ୍ତି। ଏହି ବଲିଉଡ୍ କଳାକାର ‘ମାର୍ଗାରିଟା ଉଇଥ୍‌ ଏ ଷ୍ଟ୍ର’ରେ ଲୈଲା ଚରିତ୍ରରେ ଅଭିନୟ କରିଥିଲେ। ଯିଏ କି ଜଣେ ଲେସ୍‌ବିଅନ୍।

ପୂରବ୍ କୋହଲି

ଜଣାଶୁଣା ବଲିଉଡ୍ କଳକାର ପୂରବ୍ କୋହଲୀ ଅନ୍ୟ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସିନେମା ପାଇଁ ସେ ଚର୍ଚ୍ଚିତ ହୋଇଥିଲେ। ଏହି ସିନେମାର ଟାଇଟଲ୍ ହେଲା ‘ମାଇଁ ବ୍ରଦର୍ ନିଖିଲ୍‌’। ଏହି ଫିଲ୍ମର କାହାଣୀ ଆରମ୍ଭ ହୁଏ ‘ସମଲିଙ୍ଗୀ ସମ୍ପର୍କ’ ଓ ଏଡ୍ସ ଉପରେ ଏକ ଆଲୋଚନାରୁ। ଏହି ସିନେମାରେ ଜଣେ ସମଲିଙ୍ଗୀ ଚରିତ୍ରରେ ଅଭିନୟ କରିଥିଲେ ପୂରବ କୋହଲୀ। ପୂରବ ଏହି ଫିଲ୍ମରେ ଚମତ୍କାର ପରଫରମାନ୍ସ ବି ଦେଇଥିଲେ।

ସାକିନ୍ ସଲିମ୍

ବଲିଉଡ୍ କଳାକାରମାନଙ୍କ ମଧ୍ୟରୁ ସାକିବ୍ ସଲିମ୍ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ସେ ବିଭିନ୍ନ ଚରିତ୍ରରେ ନଜର ଆସିଛନ୍ତି। ସାକିବ୍ ସଲିମ୍ ପ୍ରଖ୍ୟାତ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ବମ୍ବେ ଟକିଜ୍‌’ରେ ଜଣେ ସମଲିଙ୍ଗୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଅନ୍ୟତମ ଲୋକପ୍ରିୟ ବଲିଉଡ କଳାକାର ରଣଦୀପ ହୁଦାଙ୍କ ସହିତ ସାକିନ୍ ସଲିମଙ୍କର କିସିଂ ସିନ୍ ଖୁବ୍ ଚର୍ଚ୍ଚିତ ହୋଇଥିଲା।

Comment