ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର ମେଗାଷ୍ଟାର ହେଲେ ସିଦ୍ଧାନ୍ତ ମହାପାତ୍ର। ଆଉ ଓଲିଉଡର ଦୁଇ ସୁପରଷ୍ଟାର ହେଲେ ଅନୁଭବ ମହାନ୍ତି ଓ ବାବୁସାନ୍। ହେଲେ ସିଦ୍ଧାନ୍ତଙ୍କ ସହିତ ଏ ଦୁଇ କଳାକାର କେଉଁ ସବୁ ସିନେମାରେ କାମ କରିଛନ୍ତି, ଜାଣନ୍ତି କି?

ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଦୀର୍ଘ ୨୬ ବର୍ଷର କ୍ୟାରିଅର୍ ଭିତରେ ଶହେରୁ ଅଧିକ ଓଡ଼ିଆ ସିନେମାରେ କାମ କରିସାରିଲେଣି। ସେ ନାୟକ, ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ପରଦାକୁ ଆସିଛନ୍ତି। ଦର୍ଶକ ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତଙ୍କୁ ବି ସବୁପ୍ରକାରର ଭୂମିକାରେ ପସନ୍ଦ କରିଛନ୍ତି।

ସିଦ୍ଧାନ୍ତ-ଅନୁଭବ

ସିଦ୍ଧାନ୍ତଙ୍କ ସହିତ ଓଲିଉଡର ଅଧିକାଂଶ କଳାକାର କାମ କରିଛନ୍ତି। ଆସନ୍ତୁ ପ୍ରଥମେ ଜାଣିବା ଓଲିଉଡ ସୁପରଷ୍ଟାର ଅନୁଭବ ସିଦ୍ଧାନ୍ତଙ୍କ ସହ କେଉଁସବୁ ସିନେମାରେ କାମ କରିଛନ୍ତି।

ସିଦ୍ଧାନ୍ତ ଓ ଅନୁଭବଙ୍କୁ ପ୍ରଥମେ ଏକାଠି ଆଣିଥିଲେ ସୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦ। ପ୍ରଶାନ୍ତଙ୍କ ନିର୍ଦ୍ଦେଶିତ ‘କାଳୀଶଙ୍କର’ରେ ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ଓ ସୁପରଷ୍ଟାର୍ ଅନୁଭବ ପ୍ରଥମେ ଏକାଠି କାମ କରିଥିଲେ। ଏଥିରେ କାଳୀ ଭୂମିକାରେ ସିଦ୍ଧାନ୍ତ ଓ ଶଙ୍କର ଚରିତ୍ରରେ ନଜର ଆସିଥିଲେ ଅନୁଭବ। ଏହି ଫିଲ୍ମରେ ସିଦ୍ଧାନ୍ତଙ୍କ ବିପକ୍ଷରେ ଅନୁ ଚୌଧୁରୀ ଓ ଅନୁଭବଙ୍କ ନାୟିକା ଥିଲେ ସ୍ୱସ୍ତିକା ମୁଖାର୍ଜୀ।

ଏହାପରେ ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ପୁଣି ଏକାଠି ଆସିଥିଲେ। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ମତେ ତ ଲଭ୍ ହେଲାରେ’। ଏଥିର କିନ୍ତୁ ଅନୁଭବ ଥିଲେ ହିରୋ ଓ ସିଦ୍ଧାନ୍ତ ଥିଲେ ନେଗେଟିଭ୍ ରୋଲ୍‌ରେ।

ଓଲିଉଡର ମେଗାଷ୍ଟାର୍ ସିଦ୍ଧାନ୍ତ ଓ ସୁପରଷ୍ଟାର ଅନୁଭବ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ମୋ ଦୁନିଆଁ ତୁ ହି ତୁ’, କିଏ ସେ ଡାକୁଚି କୋଉଠି ମତେ, ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ଛାତି ଚିରିଦେଲେ ତୁ’ ଏବଂ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଡନ୍’ ଆଦି ଓଡ଼ିଆ ସିନେମାରେ ମଧ୍ୟ ଏକାଠି କାମ କରିଛନ୍ତି।

କେବଳ ଦୁଇଟିରେ ସିଦ୍ଧାନ୍ତ ବାବୁସାନ୍ ଏକାଠି

ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଷ୍ଟାରସନ୍ ବାବୁସାନ୍ ଏଯାବତ୍ ମାତ୍ର ଦୁଇଟି ଓଡ଼ିଆ ସିନେମାରେ ଏକାଠି ଆସିଛନ୍ତି। ସିଦ୍ଧାନ୍ତ ଇତିମଧ୍ୟରେ ଓଲିଉଡରେ ୨୫ ବର୍ଷ ବିତାଇ ସାରିଥିବା ବେଳେ ବାବୁସାନ୍‌ଙ୍କର ଏଠି ହୋଇଛି ମାତ୍ର ୮ ବର୍ଷ।

ଏ ଦୁଇ ଲୋକପ୍ରିୟ ନାୟକଙ୍କୁ ପ୍ରଥମେ ଏକାଠି ଆଣିଥିଲେ ପ୍ରଯୋଜକ ସଞ୍ଜୟ ନାୟକ ଓ ନିର୍ଦ୍ଦେଶକ ଅଶୋକ ପତି। ଏହି ଫିଲ୍ମର ଟାଇଟଲ୍ ହେଲା ‘୧୪୩- ଆଇ ଲଭ୍ ୟୁ’। ଏଥିରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନମ୍ରତା ଥାପ୍ପା ନାୟିକା ଭୂମିକା ନିଭାଇଥିବା ବେଳେ ବାବୁସାନଙ୍କ ସହ ଥିଲେ କୋଏଲ୍ ବାନାର୍ଜୀ। ଏହା ଏକ ପ୍ରେମକାହାଣୀ ଆଧାରିତ ଫିଲ୍ମ।

ଏହାପରେ ପ୍ରଯୋଜକ ସୀତାରାମ୍ ଅଗ୍ରୱାଲ ଓ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ସୁପରହିଟ୍ ଫିଲ୍ମ ‘ଆଖିରେ ଆଖିରେ’ରେ ଶେଷ ଥର ପାଇଁ ସିଦ୍ଧାନ୍ତ ଓ ବାବୁସାନ୍‌ ଏକାଠି ନଜର ଆସିଛନ୍ତି। ଏଥିରେ କିନ୍ତୁ ଉଭୟଙ୍କ ଭିତରେ ଟକ୍‌ରାଟକରି ଦେଖିବାକୁ ପାଇଥିଲେ ଦର୍ଶକ। ଏହି ଫିଲ୍ମରେ ବାବୁସାନ୍- ଝିଲିକ୍ ଯୋଡ଼ିକୁ ଦେଖିବାକୁ ମିଳିଥିଲା। ଏହା ୨୦୧୪ରେ ରିଲିଜ୍ ହୋଇଥିଲା।

‘୧୪୩- ଆଇ ଲଭ୍ ୟୁ’ ଏବଂ ‘ଆଖିରେ ଆଖିରେ’ ପରେ ଏ ଦୁଇ କଳାକାରଙ୍କୁ ଏକାଠି ଅନ୍ୟ କୌଣସି ସିନେମାରେ ଦେଖିବାକୁ ପାଇନାହାନ୍ତି ଏଯାଏଁ ସିନେପ୍ରେମୀ।

Comment