ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ୨୦୧୮ରେ କେଉଁ ଫିଲ୍ମ ବ୍ଲକବଷ୍ଟର ହୋଇଛି, ଆଉ କେଉଁ ସିନେମା ଫ୍ଲପ୍ ହୋଇଛି ଆସନ୍ତୁ ଜାଣିବା ଏହି ରିପୋର୍ଟରୁ

୨୦୧୮ ଜାନୁଆରୀ ମାସରେ ପରଦାକୁ ଆସିଥିଲା ଏ ବର୍ଷର ପ୍ରଥମ ପାଞ୍ଚଟି ହିନ୍ଦୀ ଚଳଚ୍ଚିତ୍ର। ଏହି ସିନେମାଗୁଡ଼ିକ ଅପେକ୍ଷାକୃତ କମ୍ ବଜେଟର ଥିଲା ଓ ପରଦା ଉପରେ ବିଶେଷ କିଛି କମାଲ୍‌ ଦେଖାଇ ପାରିନଥିଲା।

୨୦୧୮ର ପ୍ରଥମ ସୁପରହିଟ୍ ସିନେମା ହେଲା ‘ପଦ୍ମାବତ’। ଭଂସାଲୀ ପ୍ରଡକ୍ସନସ୍‌ର ବ୍ୟାନରରେ ନିର୍ମିତ ଏହି ସିନେମା ବକ୍ସ ଅଫିସରେ ୩୦୨ କୋଟି ୧୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା। ଏ ବର୍ଷର ଏଯାବତ୍ ‘ପଦ୍ମାବତ୍’ ହେଉଛି ସବୁଠାରୁ ବଡ଼ ବ୍ଲକବଷ୍ଟର ସିନେମା।

ଏହାପରେ ହିଟ୍‍ ସିନେମାର ଏହି ତାଲିକାରେ ନିଜ ସ୍ଥାନ ସଂରକ୍ଷଣ କରିପାରିଛି ‘ବାଗୀ-୨’। ସାଜିଦ୍ ନଦିଆଦୱାଲାଙ୍କ ପ୍ରଯୋଜିତ ଏହି ଆକ୍ସନ ମୁଭି ସର୍ବମୋଟ୍ ୧୬୪ କୋଟି ୩୮ ଲକ୍ଷ ଟଙ୍କାର ବିଜନେସ୍ କରିଥିବାର ସୂଚନା ମିଳିଛି। ବକ୍ସ ଅଫିସର ରିପୋର୍ଟ ଅନୁଯାୟୀ ଏଥିରେ ତୃତୀୟ ସ୍ଥାନରେ ରହିଛି ‘ରାଜି’। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୧୭ କୋଟି ୭୯ ଲକ୍ଷ ଟଙ୍କାର କଲେକ୍ସନ କରିଥିବା ଜଣାଯାଇଛି।

ଏହାପଛକୁ ରହିଛି ‘ସୋନୁକି ଟିଟୁକି ସୁଇଟି’।। ଏହା ବକ୍ସ ଅଫିସରେ ଧମାକା କରି ୧୦୮ କୋଟି ୯୫ ଲକ୍ଷ ଟଙ୍କାର ଆୟ କରିଥିବା ଜଣାଯାଇଛି। ତା’ ତଳକୁ ରାଜକୁମାର ଗୁପ୍ତାଙ୍କ ‘ରେଡ୍‌’ ରହିଛି। ଏହା ୧୦୩ କୋଟି ୭ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି।

ଅମିତାଭ ବଚ୍ଚନଙ୍କ ‘୧୦୨ ନଟ୍ ଆଉଟ୍’ ୫୧ କୋଟି ୪୩ ଲକ୍ଷ ଟଙ୍କା ଆୟ କରି ହିଟ୍ ହୋଇଛି। ଅକ୍ଷୟ କୁମାର ଷ୍ଟାରର୍‌ ‘ପ୍ୟାଡମ୍ୟାନ୍‌’ ୭୮ କୋଟି ୯୫ ଲକ୍ଷ ଟଙ୍କାର ଆୟ କରି ହିଟ୍ ତାଲିକାଭୁକ୍ତ ହୋଇଛି। ‘ବୀରେ ଦ ୱେଡିଂ’ ୫୨ କୋଟି ୯୦ ଲକ୍ଷ ଟଙ୍କାର ବ୍ୟବସାୟ କରି ହିଟ୍ ହୋଇଛି। ‘ପରମାଣୁ’ ବି ୫୦ କୋଟି୫୫ ଲକ୍ଷ ଟଙ୍କାର ବ୍ୟବସାୟ କରି ହିଟ୍ ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି। ରାଣୀ ମୁଖାର୍ଜୀଙ୍କ ‘ହିଚକି’ ୪୬ କୋଟି ଆୟ କରି ହିଟ୍ ହୋଇଛି।

୨୦୧୮ରେ ରିଲିଜ୍‌ ହୋ‌ଇଥିବା କିଛି ସିନେମା ମଧ୍ୟ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ଥାନ ତିଆରି କରିନପାରି ଫ୍ଲପ୍ କ୍ୟାଟେଗୋରିରେ ଯୋଡ଼ି ହୋ‌ଇଯାଇଛି। ଏଥିମଧ୍ୟରେ ବରୁଣ ଧୱନଙ୍କ ‘ଅକ୍ଟୋବର’ ସିନେମା ରହିଛି, ଯାହା ମାତ୍ର ୪୫ କୋଟି ୩୬ ଲକ୍ଷ ଟଙ୍କାର ଆୟ କରି ଫ୍ଲପ୍ ତାଲିକାଭୁକ୍ତ ହୋଇଛି। ଠିକ୍ ସେହିପରି ସିଦ୍ଧାର୍ଥ  ମାଲହୋତ୍ରାଙ୍କ ଅଭିନୀତ ‘ଅୟାରୀ’ ମଧ୍ୟ ମାତ୍ର ୧୭ କୋଟି କଲେକ୍ସନ କରି ଫ୍ଲପ୍ ହୋଇଥିବା ଜଣାଯାଇଛି।

ଅପରପକ୍ଷରେ ‘ହେଟ୍‌ଷ୍ଟୋରି-୪’ ମାତ୍ର ୨୨ କୋଟିର ଆୟ କରି ଫ୍ଲପ୍ ବର୍ଗରେ ସ୍ଥାନ ପାଇଛି। ହିନ୍ଦୀ ସିନେମା ‘ପରୀ’ କୁ ବି ଆଶାନୁରୂପକ ବ୍ୟାବସାୟିକ ସଫଳତା ମିଳିନାହିଁ। ଏହା ମାତ୍ର ୨୮ କୋଟି ୯୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଫିଲ୍ମ ‘୧୯୨୧’ ୧୫ କୋଟି ୯୪ ଲକ୍ଷ ଟଙ୍କାର କଲେକ୍ସନ କରି ଫ୍ଲପ୍ ତାଲିକାଭୁକ୍ତ ହୋଇଛି।

ଏ ବର୍ଷ ଏଯାଏଁ ବଲିଉଡ ସୁପରଷ୍ଟାର ଶାହରୁଖ୍ ଖାନ୍, ସଲମାନ୍ ଖାନ୍, ଅମୀର ଖାନ୍ ଓ ହିତିକ୍ ରୋଶନ୍ ପ୍ରମୁଖଙ୍କର କୌଣସି ସିନେମା ରିଲିଜ୍ ହୋଇନାହିଁ।

ଚଳିତ ମାସରେ ସଲମାନ୍ ଖାନଙ୍କ ‘ରେସ୍‌-୩’ ଓ ରଣବୀର କପୁରଙ୍କ ‘ସଞ୍ଜୁ’ ରିଲିଜ୍ ହେଉଛି। ଏହି ଦୁଇ ସିନେମାର ବକ୍ସ ଅଫିସ ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି।

Comment