ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଉଠିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହି ଦାବିକୁ ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପୁଣି ଉଠିଛି। ଏହାକୁ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏ ପ୍ରସଙ୍ଗରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦାବି ପ୍ରତି ବିଚାର କରିବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଅଧିକ ସଂଖ୍ୟାରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକ ବସବାସ କରୁଛନ୍ତି। ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟାୟକୁ ସାମ୍ନା କରୁଛି। ଉତ୍ତର-ପୂର୍ବ ଏବଂ ହିମାଳୟ ପାଦ ଦେଶରେ ଥିବା ରାଜ୍ୟଗୁଡ଼ିକ ପରି ଓଡ଼ିଶାକୁ ବିଚାର କରିବା ଉଚିତ୍।

ଏହା ପୂର୍ବରୁ ଅନେକ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି କରି ଆସିଛନ୍ତି। ଉପା ସରକାର ଅମଳରେ ବିଜେଡି ନୂଆଦିଲ୍ଲୀରେ ସମାବେଶ କରି ସ୍ୱତନ୍ତ୍ର ପାହ୍ୟା ଦାବି କରିଥିଲା।

ସେହିପରି ନବୀନ ଚିଠିରେ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ନବୀନ କହିଛନ୍ତି ଯେ ଓଡ଼ିଶାରୁ ବାଦ୍ ପଡ଼ୁଥିବା ୮ ଲକ୍ଷ ପରିବାରକୁ ଯଦି ଏହି ଯୋଜନାରେ କେନ୍ଦ୍ର ସାମିଲ କରିବ ତାହାଲେ ଓଡ଼ିଶା ଏହି ଯୋଜନାରେ ସାମିଲ୍ ହେବ।

Comment