ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହଟ୍ ନାୟିକା କ୍ୟାଟ୍ରିନା କୈଫ ଅନେକ ସମୟରେ ନିଜର ଆଫେଆର୍ ପାଇଁ ଚର୍ଚ୍ଚାରେ ଥା’ନ୍ତି ଆସନ୍ତୁ ଜାଣିବା କେଉଁମାନଙ୍କ ସହ କ୍ୟାଟ୍ରିନାଙ୍କ ଆଫେୟାର ବେଶ୍‌ ଚର୍ଚ୍ଚିତ ହୋ‍ଇଛି|

ବଲିଉଡରେ ପ୍ରାୟ ୧୫ ବର୍ଷ ହେବ ରାଜ୍ କରୁଛନ୍ତି ସେକ୍ସି ହିରୋଇନ୍ କାଟ୍ରିନ୍ କୈଫ୍। ସେ ୨୦୦୩ରେ ରିଲିଜ୍ ହୋଇଥିବା ‘ବୁମ୍‌’ ଜରିଆରେ ବଲିଉଡରେ ପାଦ ଥାପିଥିଲେ। ଏହି ଫିଲ୍ମଟି ଫ୍ଲପ୍ ହୋଇଥିଲା।

‘ବୁମ୍’ ସିନେମାରେ କ୍ୟାଟ୍ରିନା ସୁପରଷ୍ଟାର୍ ସଲମାନ୍ ଖାନଙ୍କ ସହିତ କାମ କରିଥିଲେ। ଏହାପରେ ଆରମ୍ଭ ହୋ‍ଇଯାଇଥିଲା କ୍ୟାଟ୍ରିନାଙ୍କ ସହ ସଲମାନଙ୍କ ଆଫେଆର୍ ଚର୍ଚ୍ଚା।

ସଲମାନ ଖାନ

ବଲିଉଡର ସୁପରଷ୍ଟାର ସଲମାନ ଖାନ କ୍ୟାଟ୍ରିନା କୈଫଙ୍କୁ ବିଗ୍ ବ୍ରେକ୍ ଦେଇଥିଲେ ‘ମୈନେ ପ୍ୟାର୍ କ୍ୟୁଁ କିୟା’ରେ। ସେହି ସମୟରେ ସଲମାନଙ୍କ ସହ କ୍ୟାଟ୍ରିନାଙ୍କର ଆଫେଆର ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏହାପରେ ସେ ଦୁହେଁ ‘ପାର୍ଟନର୍’, ‘ଟାଇଗର୍’ ଆଦି ସିନେମାରେ ଏକାଠି କାମ କରିଥିଲେ। ତେବେ ସଲମାନ ଖାନଙ୍କ ସହିତ କ୍ୟାଟ୍ରିନାଙ୍କର ବ୍ରେକଅପ୍ ହୋଇଥିଲା ୨୦୧୦ରେ।

ରଣବୀର କପୁର

ସଲମାନ୍ ଖାନଙ୍କ ପରେ କ୍ୟାଟ୍ରିନାଙ୍କ ସହ ରଣବୀର କପୁର ନାଁ ଯୋଡି ହୋଇଥିଲା। ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀଙ୍କ ସୁପରହିଟ୍ ଫିଲ୍ମ ‘ଅଜବ ପ୍ରେମ୍ କି ଗଜବ କାହାନି’ରେ ପ୍ରଥମେ ରଣବୀର କପୁର ଓ କ୍ୟାଟ୍ରିନା କୈଫ ଏକାଠି କାମ କରିଥିଲେ।

ସେହି ଫିଲ୍ମର ସୁଟିଂ ସେଟରେ ହିଁ ଉଭୟଙ୍କ ରୋମାନ୍‌ସ୍‌ ଆରମ୍ଭ ହୋଇଯାଇଥିଲା। କିନ୍ତୁ ସେ ଦୁହେଁ ଆଫେଆର‍ କଥାକୁ ଅସ୍ୱୀକାର କରଆସୁଥିଲେ। ହେଲେ ୨୦୧୩ରେ ରଣବୀର ଓ କ୍ୟାଟ୍ରିନା ‍ସ୍ପେନକୁ ଛୁଟି କାଟିବା ପାଇଁ ଯାଇଥିଲେ। ସେମାନେ ଏହା ଗୋପନୀୟ ରଖିଥିଲେ।

ହେଲେ ଏକ ସିନେମା ମାଗାଜିନ୍ ଏହି ବିଷୟକୁ ଲୋକଲୋଚନକୁ ଆଣିଥିଲା। ଏହାପରେ ରଣବୀର ଓ କ୍ୟାଟ୍ରିନା ସେମାନଙ୍କର ଆଫେଆରକୁ ସ୍ୱୀକାର କରିଥିଲେ। ୨୦୧୦ରେ ରଣବୀର କପୁର-କ୍ୟାଟ୍ରିନା କୈଫଙ୍କର ବ୍ରେକଅପ୍ ହୋଇଥିଲା। କୁହାଯାଏ ଯେ ଦୀପିକା ପାଦୁକୋନଙ୍କ ଆଡକୁ ରଣବୀର ଢଳିବା ଫଳରେ ଏଭଳି ସ୍ଥିତି ଉପୁଜିଥିଲା।

ହ୍ରିତିକ ରୋଶନ

କ୍ୟାଟ୍ରିନା ଓ ହ୍ରିତିକ୍ ହେଉଛନ୍ତି ବଲିଉଡର ସବୁଠାରୁ ଗୁଡଲୁକିଂ ଅନସ୍କ୍ରିନ୍ କପଲ। ଏ ଦୁହେଁ ଜୋୟା ଅଖତାରଙ୍କ ‘ୟେ ଜିନ୍ଦେଗୀ ନା ମିଲେଗି ଦୋବାରା’ରେ ପ୍ରଥମେ କାମ କରିଥିଲେ। ସେହି ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ସେତେବେଳେ ହ୍ରିତିକ ଓ ତାଙ୍କ ପତ୍ନୀ ସୁଜାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଥିଲା। ଏହାପରେ ହ୍ରିତିକ୍ ଓ କ୍ୟାଟ୍ରିନା ସିଦ୍ଧାର୍ଥ ଆନନ୍ଦଙ୍କ ସୁପରହିଟ୍ ଫିଲ୍ମ ‘ବ୍ୟାଙ୍ଗ୍ ବ୍ୟାଙ୍ଗ୍’ରେ ବି ନଜର ଆସିଥିଲେ।

କୁହାଯାଏ ଯେ ହ୍ରିତିକଙ୍କ ପାଇଁ କ୍ୟାଟ୍ରିନା ପାଗଳ ଥିଲେ। ହେଲେ ରଣବୀର କପୁରଙ୍କ ଡରରେ ହ୍ରିତିକଙ୍କୁ ପ୍ରପୋଜ୍ କରିପାରିନଥିଲେ। ତାଙ୍କର ଭୟ ଥିଲା, କାଳେ ରଣବୀର ଖରାପ ଭାବିବେ ବା ରଣବୀର କପୁରଙ୍କ ସହିତ ତାଙ୍କର ପ୍ରେମସମ୍ପର୍କ ଛିନ୍ନ ହୋଇଯିବ।

ଏଣେ ହ୍ରିତିକ ରୋଶନ୍ ବି କ୍ୟାଟ୍ରିନାଙ୍କ ସହ କାମ କରିବାକୁ ଚାହୁଁଥିଲେ କିନ୍ତୁ କ୍ୟାଟ୍ରିନା ପୁଣି ସଲମାନଙ୍କ ଶିବିରରେ ଯୋଗଦେଇ ତାଙ୍କଠାରୁ ଦୂରେଇଯିବା ଫଳରେ ତାହା ସମ୍ଭବ ହୋଇପାରିଲା ନାହିଁ।

Comment