ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅଧିକାଂଶ ଖ୍ୟାତନାମା ନିର୍ଦ୍ଦେଶକ ନିଜର ସିନେମା ପାଇଁ ଚର୍ଚ୍ଚାରେ ରହିଥା’ନ୍ତି ହେଲେ ସେମାନଙ୍କ ପତ୍ନୀଙ୍କ ସମ୍ପର୍କରେ ଖୁବ୍ କମ୍ ଜାଣିବାକୁ ମିଳିଥାଏ ଆସନ୍ତୁ ଜାଣିବା ସେଭଳି କିଛି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ପତ୍ନୀଙ୍କ ବିଷୟରେ

ରାଜ କୁମାରୀ ହିରାନୀ

‘ମୁନ୍ନାଭାଇ ଏମ୍‌ବିବିଏସ୍’, ‘ଲାଗେ ରହୋ ମୁନ୍ନା ଭାଇ’, ‘ଥ୍ରି ଇଡିଅଟ୍ସ’, ‘ପିକେ’ ଓ ‘ସଞ୍ଜୁ’ ଭଳି ସୁପରହିଟ୍‌ ସିନେମାର ନିର୍ଦ୍ଦେଶକ ରାଜ କୁମାର ହିରାନୀ ଆରେଞ୍ଜ ମ୍ୟାରେଜ୍ କରିଥିଲେ। ତାଙ୍କ ପତ୍ନୀଙ୍କ ନାଁ ହେଲା ମଞ୍ଜିତ୍ ଲାମ୍ବା ହିରାନୀ। ସେ ଏୟାରଇଣ୍ଡିଆରେ ପାଇଲଟ୍ ଭାବେ କାର୍ଯ୍ୟରତ।

ରୋହିତ ସେଟ୍ଟୀ

‘ଗୋଲମାଲ୍’ ସିନେମାର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ମାୟା ମୋରେଙ୍କୁ ବିବାହ କରିଛନ୍ତି। ଉଭୟେ ୨୦୦୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ରୋହିତଙ୍କ ପତ୍ନୀ ମାୟା ଜଣେ ବ୍ୟାଙ୍କ କର୍ମଚାରୀ। ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି, ଯାହାର ନାମ ହେଲା ଇସାନ୍।

ରାକେଶ ଓମପ୍ରକାଶ ମେହେରା

‘ରଙ୍ଗ ଦେ ବାସନ୍ତୀ’ ଓ ‘ଭାଗ୍‌ ମିଲ୍‌ଖା ଭାଗ୍‍’ ଭଳି ବହୁଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ରାକେଶ ଓମ୍‌ ପ୍ରକାଶ ମେହେରା ୧୯୯୨ ମସିହାରେ ପି.ଏସ୍. ଭାରତୀଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଏ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। ଉଭୟଙ୍କର ଏକ ପୁଅ ବେଦାନ୍ତ ଓ ଝିଅ ଭୈରବୀ ଅଛନ୍ତି। ପି.ଏସ୍. ଭାରତୀ ଜଣେ ଗୃହିଣୀ।

ଅଭିଷେକ କପୁର

‘ରକ୍ ଅନ୍’, ‘ଟୁ ଷ୍ଟେଟ୍ସ’ ଓ ‘କେଦାରନାଥ୍’ ସିନେମାର ନିର୍ଦ୍ଦେଶକ ହେଲେ ଅଭିଷେକ କପୁର। ସେ ୨୦୧୫ରେ ଜଣେ ସ୍ୱିଡିସ୍ ନାୟିକା ତଥା ମଡେଲ୍ ପ୍ରଜ୍ଞାଙ୍କୁ ବିବାହ କରିଛନ୍ତି। ପ୍ରଜ୍ଞା ‘ହୱାହୱାଇ’ ଫିଲ୍ମରେ ନାୟିକା ଭୂମିକା ବି ନିଭାଇଥିଲେ। ହେଲେ ବିବାହ ପରେ ଗୃହିଣୀ ପାଲଟି ଯାଇଛନ୍ତି।

ଦିବାକର ବାନାର୍ଜୀ

ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଦିବାକର ବାନାର୍ଜୀ ରିଚା ପୁରନେଶଙ୍କୁ ବିବାହ କରିଛନ୍ତି। ସେ ଦୁହେଁ ଦିଲ୍ଲୀରେ ରହୁଥିବା ବେଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ରିଚା ଏକ କମ୍ପାନିରେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଛନ୍ତି। ନିର୍ଦ୍ଦେଶକ ଦିବାକରଙ୍କ ଫିଲ୍ମ ‘ଖୋସ୍‌ଲା କା ଘୋଷ୍‌ଲା’ ହିଟ୍‌ ହେବା ପରେ ଦିବାକର ବାନାର୍ଜୀ ପତ୍ନୀଙ୍କ ସହିତ ମୁମ୍ବାଇ ଚାଲି ଆସିଥିଲେ। ସେମାନଙ୍କର ଏକ କନ୍ୟା ସନ୍ତାନ ଅଛନ୍ତି।

ଅନୁରାଗ ବାସୁ

‘ମର୍ଡର୍’ ଓ ‘ବର୍ଫି’ ଭଳି ଲୋକପ୍ରିୟ ସିନେମା ତିଆରି କରିଥିବା ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ପତ୍ନୀ ହେଲେ ତାନି। ଏକ ଅସମୀୟା ଡକ୍ୟୁମେଣ୍ଟାରି ଫିଲ୍ମରେ କାମ କରୁଥିବା ବେଳେ ତାନିଙ୍କ ସହ ଅନୁରାଗଙ୍କର ଦେଖା ହୋଇଥିଲା। ବେଶ୍ ଘାତପ୍ରତିଘାତ ଭିତରେ ଉଭୟଙ୍କ ପ୍ରେମସମ୍ପର୍କ ଗତି କରିଥିଲା। ଅବଶେଷରେ ଅନୁରାଗ ଓ ତାନି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଦୁଇଝିଅ ଅଛନ୍ତି। ସେ ଦୁହିଁଙ୍କର ନାଁ ହେଲା ଇସାନା ଓ ଆଭାନା।

ଆଶୁତୋଷ ଗୋୱାରିକର

‘ଲଗାନ୍‌’, ‘ଯୋଦ୍ଧା ଆକବର୍‌’, ‘ହ୍ୱାଟ୍‌ ଇଜ୍‌ ଇୟୋର୍ ରାଶି’ ଓ ‘ମହେଞ୍ଜୋଦାରୋ’ ଭଳି ଲୋକପ୍ରିୟ ଫିଲ୍ମର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍‌ ମଡେଲ୍ ଟର୍ଣ୍ଣଡ୍ ଏୟାର ହୋଷ୍ଟେସ୍ ସୁନୀତାଙ୍କୁ ବିବାହ କରିଛନ୍ତି। ସୁନୀତା ଏବେ ସିନେ ପ୍ରଯୋଜିକା ଭାବେ କ୍ୟାରିଅର୍‌ କରିଛନ୍ତି। ସେ ‘ଯୋଦ୍ଧା ଆକବର’ ଓ ‘ହ୍ୱାଟ୍‌ଇଜ୍‌ ଇୟୋର୍‌ ରାଶି’ ଭଳି ସିନେମାର ପ୍ରଯୋଜନା କରିଥିଲେ।

Comment