ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏପରି କିଛି ସିନେମା ତିଆରି ହୋ‍ଇଛି, ଯାହାକୁ ଦେଖି ଅନ୍ୟ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇ ଅପରାଧ ଘଟାଇଥିବା ସ୍ୱୀକାର କରିଛନ୍ତି ଆସନ୍ତୁ ସେଭଳି ସିନେମା ସମ୍ପର୍କରେ ଜାଣିବା

ବଲିଉଡରେ ପ୍ରତିବର୍ଷ ଭିନ୍ନ ଭିନ୍ନ ଧରଣର ସିନେମା ନିର୍ମିତ ହେଉଛି। ଏଭଳି କିଛି ହିନ୍ଦୀ ସିନେମା ଅଛି, ଯେଉଁଥିରେ ଅପରାଧକୁ ଭିନ୍ନ ଢଙ୍ଗରେ ଦର୍ଶାଯାଇଛି। ଖାଲି ସେତିକି ନୁହେଁ, କେତେକ ସିନେମାରେ ମଣିଷ ଜାଣିଶୁଣି ଅପରାଧ କରିନଥାଏ, ବରଂ ସେ ବାଧ୍ୟ ହୋଇ ସେହି ରାସ୍ତାରେ ଯାଇଥାଏ। ଏହି ସିନେମା ଦେଖି ଅନ୍ୟ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି ଓ ଅପରାଧ କରିଥିବା କଥା ସ୍ୱୀକାର କରିଛନ୍ତି। ଆସନ୍ତୁ ସେଭଳି ସିନେମା ସମ୍ପର୍କରେ ଜାଣିବା…

ଦୃଶ୍ୟମ୍

ଓଡ଼ିଶାର ପାଟଣାଗଡ଼ରେ ପୁଞ୍ଜିଲାଲ ମେହେର ନାମକ ଜଣେ ବ୍ୟକ୍ତି ଯେଉଁଭଳି ପାର୍ସଲ ବୋମା ଦ୍ୱାରା ଜଣେ ସଦ୍ୟବିବାହିତ ଯୁବକର ପ୍ରାଣ ନେଇଥିଲା, ତାହା ସହଜରେ ଭୁଲି ହେବ ନାହିଁ। ଅଭିଯୁକ୍ତ ପୁଞ୍ଜିଲାଲ ମଧ୍ୟ ଏକଥା ସ୍ୱୀକାର କରିଥିଲା ଯେ ସେ ସୁପରଷ୍ଟାର ଅଜୟ ଦେବଗନଙ୍କ ଅଭିନୀତ ହିଟ୍ ଫିଲ୍ମ ‘ଦୃଶ୍ୟମ୍’ ଦେଖିବା ପରେ ଏଭଳି କାଣ୍ଡ ଘଟାଇଥିଲା।

ଖାଲି ପୁଞ୍ଜିଲାଲ ନୁହେଁ, ଭୋପାଳର ଜଣେ ବ୍ୟକ୍ତି ଓ ତା’ର ଭଣଜା ‘ଦୃଶ୍ୟମ୍’ର କାହାଣୀରେ ପ୍ରେରିତ ହୋଇ ଜଣେ ଲୋକଙ୍କୁ ହତ୍ୟା କରି ତା’ର ଶବକୁ ଅଖାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଥିଲା। ସେହି ଦୁଇଜଣ ଅଭିଯୁକ୍ତ ଧରାପଡ଼ିବା ପରେ ସ୍ୱୀକାର କରିଛନ୍ତି ଯେ ଏହି ଅପରାଧ ପଛରେ ‘ଦୃଶ୍ୟମ’ ଫିଲ୍ମର କାହାଣୀ ରହିଛି।

‘ଦୃଶ୍ୟମ’ରେ ଅଜୟ ଦେବଗନ୍‌, ଶ୍ରେୟା ସରନ୍‌ ଓ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିଶିକାନ୍ତ କାମାଥ୍ ଏହାର ନିର୍ଦ୍ଦେଶକ। ଏହା ୨୦୧୫ରେ ରିଲିଜ୍‌ ହୋଇଥିଲା।

ଖୋସ୍ଲା କା ଘୋଁସ୍ଲା

୨୦୦୬ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ମଧ୍ୟ ଅପରାଧିକ କାହାଣୀ ଉପରେ ଆଧାରିତ ଥିଲା। ଏଥିରେ ଅଭିନେତା ବୋମନ୍‌ ଇରାନୀଙ୍କୁ ଜଣେ ପ୍ରପର୍ଟି ଡିଲର୍ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଧୋକାବାଜି କରି ଲୋକଙ୍କ ଜମି ନିଜ ନାଆଁରେ କରିଥାଏ।

‘ଖୋସ୍‌ଲାକା ଘୋଁସଲା’ ଫିଲ୍ମର କାହାଣୀରେ ପ୍ରେରିତ ହୋଇ ଦିଲ୍ଲୀ ବିକାଶ ନିଗମର କେତେକ ସଦସ୍ୟ ଆଗରୁ ବିକ୍ରି ହୋଇଥିବା କେତେକ ସମ୍ପତ୍ତିକୁ ଜାଲିକାଗଜ ବନାଇ ପୁଣି ଲୋକଙ୍କୁ ବିକ୍ରି କରିଥିଲେ।

ଧୁମ୍

ବ୍ଲକବଷ୍ଟର ମୁଭି ‘ଧୁମ୍’ରେ ଜନ୍ ଆବ୍ରାହମ୍‌, ଅଭିଷେକ ବଚ୍ଚନ ଓ ଉଦୟ ଚୋପ୍ରା ଥିଲେ ମେନ୍ ଲିଡ୍‌ରେ। ଏହି ଫିଲ୍ମ ଜନ୍ ଜଣେ ଚୋର ଭୂମିକା ନିଭାଇଥିଲେ। ତାଙ୍କ ସହିତ ଆହୁରି ତିନି ଜଣ ଯୁବକ ମିଶି ଚୋରି କରୁଥିବାର ଦେଖିବାକୁ ମିଳିଥିଲା ଏହି ସିନେମାରେ। କେରଳର ଚେଲେଂବ୍ରା ବ୍ୟାଙ୍କ୍ ତଳେ ସୁଡ଼ଙ୍ଗ ତିଆରି କରି ଠିକ୍ ‘ଧୁମ୍’ ଫିଲ୍ମ ଷ୍ଟାଇଲ୍‌ରେ ଏକ ଡକାୟତ ଗ୍ୟାଙ୍ଗ୍ ୮ କୋଟି ଟଙ୍କା ଲୁଟି ନେଇଥିଲେ।

ସ୍ପେସାଲ୍ଛବିଶ୍

ଅକ୍ଷୟ କୁମାରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ସ୍ପେସାଲ୍‌ ଛବିଶ୍‌’ ଦେଖି ୮ ଜଣ ଲୋକ ମିଶି ଏକ ଗାରମେଣ୍ଟ ଷ୍ଟୋରରୁ ଦେଢ଼ କୋଟି ଟଙ୍କା ନେଇଯାଇଥିଲେ। ଏମାନେ ସମସ୍ତେ ଆୟକର ଅଧିକାରୀ ସାଜି ସେଠାକୁ ଆସିଥିଲେ। ନକଲି ୱାରେଣ୍ଟି ଓ ଫେକ୍ ଆଇଡି ଦେଖାଇ ଏହି ଟଙ୍କା ନେଇଥିଲେ।

ଓୟେ ଲକି ଲକି ଓୟେ

ଛୋଟ ବଜେଟର ସିନେମା ‘ଓୟେ ଲକି ଲକି ଓୟେ’ ବକ୍ସ ଅଫିସରେ ଧମାଲ୍‌ କରିଥିଲା। ଏଥିରେ ଅଭିନେତା ଅଭୟ ଦେଓଲ, ନୀତୁ ଚନ୍ଦ୍ରା ଓ ପରେଶ ରାୱଲ୍ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶିତ ଏହି ସିନେମାର କାହାଣୀ ଜଣେ ଚୋର ଉପରେ ପର୍ଯ୍ୟବେସିତ ଥିଲା। ଏହି ଚଳଚ୍ଚିତ୍ରର କାହାଣୀରେ ପ୍ରଭାବିତ ହୋଇ ଇସରାର୍ ନାମକ ଜଣେ ବ୍ୟକ୍ତି ନିଜ ସାଙ୍ଗମାନଙ୍କ ସହିତ ମିଶି ୧୮୦ଟି କାର୍‌ ଚୋରି କରିଥିଲେ।

ମୁନ୍ନାଭାଇ ଏମ୍ବି ବିଏସ୍

୨୦୦୩ରେ ରିଲିଜ୍‌ ହୋଇଥିଲା ସଞ୍ଜୟ ଦତ୍ତଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ମୁନ୍ନା ଭାଇ ଏମ୍‌ ବି ବିଏସ୍‌’। ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ଦିଲ୍ଲୀର ଏକ ଗ୍ରୁପ୍ ଏସଏମଏସ୍‌ ଜରିଆରେ ଛାତ୍ରମାନଙ୍କୁ ପରୀକ୍ଷାରେ ଉତ୍ତର ପଠାଇଥିଲେ। ଏହି ଅପରାଧରେ ଦିଲ୍ଲୀର ଜଣେ ପୁଲିସ ସବଇନ୍ସପେକ୍ଟର ମଧ୍ୟ ସାମିଲ୍ ଥିଲେ ବୋଲି ପରେ ଜଣାପଡ଼ିଥିଲା।

ବମ୍ବେ ଟୁ ଗୋଆ

ଅମିତାଭ ବଚ୍ଚନ ଓ ମେହେମୁଦଙ୍କ ଅଭିନୀତ ଫିଲ୍ମ ‘ବମ୍ବେ ଟୁ ଗୋଆ’ ଦେଖି ଏକ ଏମଏନଏସ୍‌ କମ୍ପାନିରେ କାମ କରୁଥିବା ତିନି କର୍ମଚାରୀ ବାସନକୁସନ ବିକ୍ରି ଷ୍ଟୋର ଲୁଟି ଥିଲେ। ଗିରଫ ହେବା ପରେ ସେମାନେ କହିଥିଲେ ‘ବମ୍ବେ ଟୁ ଗୋଆ’ ଦେଖିବା ପରେ ଏଭଳି କାର୍ଯ୍ୟ କରିଥିଲେ।

Comment