ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଆକ୍ଟରମାନେ ସାଧାରଣତଃ ପ୍ରାଇସ୍‌ ଅଧିକ ନିଅନ୍ତି ବୋଲି ଚର୍ଚ୍ଚା ହୁଏକିନ୍ତୁ କିଛି ଆକ୍ଟରମାନେ ବିନା ପ୍ରାଇସରେ ବି ଫିଲ୍ମରେ ଆକ୍ଟିଂ କରିଛନ୍ତିଆସନ୍ତୁ ଜାଣିବା ଏହି ଆକ୍ଟରମାନେ କିଏ ଓ ସେମାନେ କେଉଁ ଫିଲ୍ମ ପାଇଁ ମାଗଣାରେ ଆକ୍ଟିଂ କରିଛନ୍ତି

ସଲମାନ ଖାନ

ଅକ୍ଷୟ କୁମାରଙ୍କ ‘ତିସ୍‍ ମାର ଖାନ’ ସିନେମାରେ ଥିବା ‘ୱଲାହ ୱଲାହ’ ଗୀତରେ ସଲମାନ ବିନା କୌଣସି ପାରିଶ୍ରମିକରେ କାମ କରିଥିଲେ। ସେହିଭଳି ‘ସନ୍‍ ଅଫ୍‍ ସରଦାର’ ସିନେମାର ‘ପୋଁ-ପୋଁ’ ଗୀତରେ କୌଣସି ପାରିଶ୍ରମିକରେ ନ ନେଇ ଅଭିନୟ କରିଥିଲେ ସଲମାନ।

ସୋନାକ୍ଷୀ ସିହ୍ନା

‘ବସ୍‍’ ସିନେମାରେ ‘ହର କିସି କୋ ନହିଁ ମିଲତା’ ଗୀତରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ ସୋନାକ୍ଷୀ। ଏହି ସିନେମା ପାଇଁ କିଛି ବି ପାରିଶ୍ରମିକ ନେଇନଥିଲେ ସୋନାକ୍ଷୀ।

ଦୀପିକା ପାଦୁକୋନ

‘ଓମ୍‍ ଶାନ୍ତି ଓମ୍‍’ ସିନେମାରେ ଅଭିନୟ କରିବା ପାଇଁ ଦୀପିକା କିଛି ବି ପ୍ରାଇସ ନେଇ ନଥିଲେ। ଏହା ତାଙ୍କର ଡେବ୍ୟୁ ସିନେମା ଥିଲା। ଶାହରୁଖଙ୍କ ସହ କାମ କରିବା ହିଁ ତାଙ୍କ ଫିସ୍‌ ବୋଲି କହିଥିଲେ ଦୀପିକା।

ପ୍ରିୟଙ୍କା ଚୋପ୍ରା

‘ବିଲ୍ଲୁ’ ସିନେମାରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଇରଫାନ ଖାନ ଓ ଶାହରୁଖ ଖାନ। ଶାହରୁଖ ସେହି ସିନେମାରେ ଥିବା ଏକ ଗୀତ ‘ଖୁଦାୟା ଖେର’ରେ ପ୍ରିୟଙ୍କାଙ୍କ ସହ ନଜର ଆସିଥିଲେ। ସେହି ସିନେମା ପାଇଁ ଚେକ୍‌ ପ୍ରିୟଙ୍କାଙ୍କ ଘରକୁ ପଠାଯାଇଥିଲେ ବି ସେ ଏହା ନେବାକୁ ମନା କରିଦେଇଥିଲେ।

କ୍ୟାଟ୍ରିନା କୈଫ୍‍

କ୍ୟାଟ୍ରିନା ତାଙ୍କ ହେୟାର ଷ୍ଟାଇଲିସଙ୍କ ପ୍ରଯୋଜନାରେ ତିଆରି ହୋ‍ଇଥିବା ସଳଚ୍ଚିତ୍ର ‘ମେଁ କ୍ରିଷ୍ଣା ହୁଁ’ରେ ବିନା କିଛି ପାରିଶ୍ରମିକରେ କାମ କରିଥିଲେ। ଏପରି ସେହି ସିନେମାର ପ୍ରମୋସନ ବି ସେ ନିଜେ କରିଥିଲେ।

ରାଣୀ ମୁଖାର୍ଜୀ

କରନ ଜୋହରଙ୍କ ସୁପରହିଟ୍‍ ସିନେମା ‘କଭି ଖୁସି କଭି ଗମ୍‍’ରେ ରାଣୀ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ମାତ୍ର ଏହି ସିନେମାର ପାରିଶ୍ରମିକ ନେଇ ନଥିଲେ ରାଣୀ।

ଶାହିଦ କାପୁର

ଶାହିଦଙ୍କ ଏକ ସୁପରହିଟ୍‍ ସିନେମା ଥିଲା ‘ହାଇଦର’। ସେହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମାତ୍ର ୧୧ ଟଙ୍କା ନେଇଥିଲେ ଶାହିଦ।

କରୀନା କାପୁର

‘ବିଲ୍ଲୁ’ ସିନେମାରେ କେବଳ ପ୍ରିୟଙ୍କା ଚୋପ୍ରା ନୁହଁନ୍ତି, କରୀନା ମଧ୍ୟ ବିନା ପାରିଶ୍ରମିକରେ କାମ କରିଥିଲେ। କରୀନା ‘ମରଜାନୀ ମରଜାନୀ’ ଗୀତରେ ଶାହରୁଖଙ୍କ ସହ ନଜର ଆସିଥିଲେ।

Comment