ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅପକମିଂ ହିନ୍ଦୀ ସିନେମାସତ୍ୟମେବ ଜୟତେରେ ଦିଲବର୍ଦିଲବର୍‌…’ ଆଇଟମ୍‌ ଗୀତ ପାଇଁ ଚର୍ଚ୍ଚାରେ ଅଛନ୍ତି ନୋରା ଫତେହି ଆସନ୍ତୁ ଆଇଟମ୍‍ ଗାର୍ଲ୍ ନୋରାଙ୍କ ବିଷୟରେ ଅଧିକ ଜାଣିବା

‘ଦିଲବର ଦିଲବର, ଦିଲବର୍‌ ହାଁ ଦିଲବର୍‌ ଦିଲବର୍‌ ଦିଲ୍‍’ – ଏହା ହେଉଛି ୧୯୯୯ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମ ‘ସିର୍ଫ୍‌ ତୁମ୍‌’ ସିନେମାର ଏକ ହଟ୍ ଆଇଟମ୍‌ ନମ୍ବର। ଏହି ଗୀତରେ ନଜର ଆସିଥିଲେ ମିସ୍‍ ୟୁନିଭର୍ସ୍‌ ଟାଇଟଲ୍‌ ଜିତିଥିବା ଆକ୍ଟ୍ରେସ୍‍ ସୁସ୍ମିତା ସେନ୍‌।

ସେତେବେଳେ ସେହି ଆଇଟମ୍‌ ନମ୍ବରଟି ବେଶ୍ ଲୋକପ୍ରିୟ ହୋଇଥିଲା। ଏହି ଗୀତରେ କଣ୍ଠଦାନ କରିଥିଲେ ଅଲକା ୟାଗନି। ପ୍ରାୟ ୧୯ ବର୍ଷ ପରେ ପୁଣି ସେହି ଗୀତକୁ ରିକ୍ରିଏଟ୍‌ କରାଯାଇଛି। ସେହି ସମାନ ଗୀତକୁ ଅପକମିଂ ମୁଭି ‘ସତ୍ୟମେବ ଜୟତେ’ରେ ସ୍ଥାନ ଦିଆଯାଇଛି।

ହେଲେ ଏବେ ଏହି ଗୀତର ଗୀତିକାର, ସଙ୍ଗୀତକାର ଓ କଣ୍ଠଶିଳ୍ପୀ ବଦଳିଯାଇଛନ୍ତି। ଗୀତର ନୂଆ ଭର୍ସନ୍ ପ୍ରସ୍ତୁତ କରିଛନ୍ତି କମ୍ପୋଜର୍‌ ତାନିସ୍କ ବାଗଚୀ। ଏହି ଗୀତଟିକୁ ଲେଖିଛନ୍ତି ସବୀର ଅହମ୍ମଦ୍‌। ଏହି ନୂଆ ଭର୍ସନରେ କଣ୍ଠଦାନ କରିଛନ୍ତି ନେହା କକ୍କର, ଧ୍ୱନି ଭାନୁଶାଲୀ ଓ ଇକ୍‌କା।

ଖାଲି ଗୀତ ତିଆରି କରିଥିବା ଲୋକେ ବଦଳି ନାହାନ୍ତି, ବରଂ ପରଦା ଉପରେ ଯାହାଙ୍କୁ ଏହି ଗୀତ ଦୃଶ୍ୟରେ ଦେଖିବାକୁ ମିଳୁଛନ୍ତି, ସେ ବି ବଦଳିଯାଇଛନ୍ତି। ଏଥର ‘ଦିଲବର ଗର୍ଲ’ ବନିଛନ୍ତି ନୋରା ଫତେହି।

ଦିଲବର୍‌ ଗୀତର ନୂଆ ଭର୍ସନ୍‌ ୟ୍ୟୁଟ୍ୟୁବ୍‌ରେ ସବୁଠାରୁ କମ୍‌ ସମୟ ମଧ୍ୟରେ ଶହେ ମିଲିଅନ୍‌ ଭ୍ୟୁ ପାଇଥିବା ଭାରତୀୟ ଗୀତ ହେବାର ଗୌରବ ଅର୍ଜନ କରିଛି। ଏହି ଗୀତରେ ଆଇଟମ୍‌ ଗର୍ଲ ନୋରା ଫତେହି ବି ଧମାଲ୍ କରିଛନ୍ତି। ଏହା ପୂର୍ବରୁ ବି ନୋରା ଅନେକ ସିନେମାରେ ପ୍ରଥମ ଆଇଟମ୍‌ ନମ୍ବରରେ ନଜର ଆସିଛନ୍ତି।

ନୋରା ହେଉଛନ୍ତି ଜଣେ ଇଣ୍ଡୋ-ମରକ୍କୋ ଡ୍ୟାନ୍ସର୍, ମଡେଲ୍‌ ଓ ଅଭିନେତ୍ରୀ। ବଲିଉଡରେ ନୋରା ‘ରୋର୍‌-ଟାଇଗର୍‌ସ ଅଫ୍‌ ସୁନ୍ଦରବନ’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ।

ଏହାପରେ ସେ ବିଖ୍ୟାତ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ତେଲୁଗୁ ସିନେମା ‘ଟେମ୍ପର୍’ରେ ଏକ ଆଇଟମ୍‌ ଗୀତରେ ଅଭିନୟ କରିଥିଲେ। ତା’ପରେ ନୋରା ଫତେହିଙ୍କୁ ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ମିଷ୍ଟର ଏକ୍ସ’ରେ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ହିନ୍ଦୀ ସିନେମାରେ ଇମ୍ରାନ୍ ହାସମୀ ଥିଲେ ମୁଖ୍ୟ ଭୂମିକାରେ।

ନୋରା ‘ବାହୁବଲି ଦ ବିଗିନିଙ୍ଗ’, ‘କିକ୍-୨’, ଶେର୍‌, ଲୋଫର୍‌ ଓ ‘ଉପ୍‌ରି’ ଆଦି ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିଥିଲେ। ଏହାପରେ ସେ ‘ବିଗ୍‌ବସ୍‌-୯’ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସୋ’ରୁ ୮୪ତମ ଦିନ ତାଙ୍କୁ ବିଦାୟ ନେବାକୁ ପଡ଼ିଥିଲା।

ସମ୍ପ୍ରତି ନୋରା ’ଦିଲବର୍‌ ଦିଲବର୍‌’ ଗୀତ ପାଇଁ ବେଶ୍‍ ଚର୍ଚ୍ଚାରେ ରହିଛି। ନିକଟରେ ତାଙ୍କୁ ସଲମାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା ଓ ଦିଶା ପଟାନୀ ଷ୍ଟାରର ‘ଭାରତ’ ସିନେମା ପାଇଁ ବି ଚୁକ୍ତିବଦ୍ଧ କରାଯାଇଛି। ଏହାଛଡ଼ା ତାଙ୍କ ହାତରେ କେତେକ ନୂଆ ହିନ୍ଦୀ ଫିଲ୍ମର ଅଫର୍‌ ମଧ୍ୟ ରହିଛି।

Comment