ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

କେବଳ ପ୍ରିୟଙ୍କା ଚୋପ୍ରା ନୁହଁନ୍ତି, ଅନ୍ୟ ବଲିଉଡ ନାୟିକାମାନେ ମଧ୍ୟ ବିଦେଶୀ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ବରଂ କେତେକ ନାୟିକା ବିବାହ ମଧ୍ୟ କରିଥିଲେ। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ…

ବଲିଉଡ ନାୟିକାମାନେ ଅନେକ ସମୟରେ ବିଦେଶୀ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ପ୍ରେମ ବିବାହ ବି କରିଛନ୍ତି ଆଉ କେତେକ ବୈବାହିକ ଜୀବନରେ ଅସଫଳ ମଧ୍ୟ ହୋଇଛନ୍ତି। ଆସନ୍ତୁ ଜାଣିବା ସେହି ବଲିଉଡ୍‌ ହିରୋଇନ୍‌ମାନଙ୍କ ସମ୍ପର୍କରେ…

ମାଧୁରୀ ଦୀକ୍ଷିତ

ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ଲକ୍ଷ ଲକ୍ଷ ଦିୱାନା ଥିଲେ। ହେଲେ ସେ ଜଣେ ବିଦେଶୀ ଯୁବକଙ୍କୁ ନିଜର ଦିଲ୍ ଦେଇଥିଲେ।

ଏକ ସମୟ ଥିଲା ଯେତେବେଳେ ମାଧୁରୀ ଦୀକ୍ଷିତ ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା, ସେତେବେଳେ ମାଧୁରୀ ତାଙ୍କ କ୍ୟାରିଅର୍‌ରେ ଟପ୍‌ରେ ଥିଲେ। ହେଲେ ସଞ୍ଜୟ ଦତ୍ତ ବୋମା ବିସ୍ଫୋରଣ ମାମଲାରେ ଛନ୍ଦି ହୋଇ ଜେଲ୍‌ ଗଲେ।

ତା’ପରେ ମାଧୁରୀ ଦୀକ୍ଷିତ ୧୯୯୯ରେ ଲଣ୍ଡନରେ ରହୁଥିବା ଡାକ୍ତର ଶ୍ରୀରାମ ମାଧବ ନେନେଙ୍କୁ ବାହା ହୋଇଥିଲେ। ବିବାହ ବେଳକୁ ମାଧୁରୀ ଦୀକ୍ଷିତ ଜଣେ ଟପ୍‌ ହିରୋଇନ୍‌ ବୋଲି ଜାଣି ନଥିଲେ ଡାକ୍ତର ଶ୍ରୀରାମ ନେନେ। ଏ ଦୁହେଁ ବୈବାହିକ ଜୀବନରେ ସଫଳ ଅଛନ୍ତି।

ପ୍ରୀତି ଜିଣ୍ଟା

ବଲିଉଡର ଡିମ୍ପଲ୍ ଗର୍ଲ ପ୍ରୀତି ଜିଣ୍ଟା ବି ଜଣେ ବିଦେଶୀ ଯୁବକ ପ୍ରେମରେ ପଡ଼ିଥିଲେ। ପ୍ରୀତି ଜିଣ୍ଟା ଅନେକ ସୁପରହିଟ୍ ଫିଲ୍ମ ନେଇଛନ୍ତି। ତା’ପରେ ପ୍ରୀତି ଜିଣ୍ଟା ବିଶିଷ୍ଟ ବ୍ୟବସାୟୀ ନେସ୍‌ ୱାଡିଆଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ିଥିଲେ। ମାତ୍ର ଏ ଦୁହିଁଙ୍କର ସମ୍ପର୍କ ବେଶି ଦିନ ଧରି ତିଷ୍ଠି ନଥିଲା।

ପ୍ରୀତି ଜିଣ୍ଟା ପରେ ଜଣେ ଆମେରିକୀୟ ବ୍ୟବସାୟୀ ଜିନ୍‌ ଗୁଡ଼୍‌ଇନଫ୍‌ଙ୍କ ସହ ପ୍ରେମ ସମ୍ପର୍କ ଯୋଡ଼ିଥିଲେ। କିଛି ମାସର ସମ୍ପର୍କ ପରେ ପ୍ରୀତିଜିଣ୍ଟା ୨୦୧୬ରେ ବୟଫ୍ରେଣ୍ଡ୍ ଜିନ୍‌ ଗୁଡଇନଫ୍‌ଙ୍କୁ ବିବାହ କରିଥିଲେ।

ରାଧିକା ଆପ୍‌ଟେ

ବଲିଉଡର ଜଣେ ପ୍ରତିଭାବାନ୍‌ ଅଭିନେତ୍ରୀ ଭାବେ ବେଶ୍‌ ଜଣାଶୁଣା ରାଧିକା ଆପ୍‌ଟେ। ସେ ପ୍ୟାଡ୍‌ମ୍ୟାନ୍‌, ମାଁଝି ଦ ମାଉଣ୍ଟେନ୍‌ ମ୍ୟାନ୍‌, ପର୍ଟଡ ଓ ବଦଲାପୁର ଆଦି ହିନ୍ଦୀ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚିତା ହୋଇଛନ୍ତି।

ରାଧିକା ଆପ୍‌ଟେ ମଧ୍ୟ ଜଣେ ବିଦେଶୀ ଯୁବକଙ୍କୁ ବିବାହ କରିଛନ୍ତି। ସେ ତାଙ୍କର ସ୍ୱାମୀ ବେନେଡିକ୍ଟ୍ ଟେଲରଙ୍କୁ ୨୦୧୧ରେ ଲଣ୍ଡନରେ ପ୍ରଥମେ ଭେଟିଥିଲେ। ସେ ଦୁହେଁ ପରେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ। ଖାଲି ସେତିକି ନୁହେଁ ଉଭୟେ କୋର୍ଟ ମ୍ୟାରେଜ୍‌ ବି କରିଥିଲେ। ୨୦୧୩ ମାର୍ଚ୍ଚରେ ରାଧିକା ନିଜର ବିଦେଶୀ ବୟଫ୍ରେଣ୍ଡଙ୍କୁ ବାହା ହେବାର ଖବର ଘୋଷଣା କରିଥିଲେ। ରାଧିକାଙ୍କ ସ୍ୱାମୀ ବେନଡିକ୍ଟ୍ ଟେଲର ଜଣେ ଲଣ୍ଡନର ସଙ୍ଗୀତ ଶିଳ୍ପୀ।

ନୀନା ଗୁପ୍ତା

ନୀନା ଗୁପ୍ତା ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଉଭୟ ସିନେମା ଓ ଟେଲିଭିଜନ ଜଗତରେ ବେଶ୍‌ ନାଆଁ କରିଛନ୍ତି। ତାଙ୍କ ଅଭିନୀତ କେତୋଟି ଲୋକପ୍ରିୟ ସିନେମା ହେଲା ସାଥ୍‌ ସାଥ୍‌, ଉତ୍ସବ, ତ୍ରିକାଲ୍‌, ବଟ୍‌ୱାରା, ସ୍ୱର୍ଗ୍, ବଲୱାନ୍, ଅଙ୍ଗାର୍‌, ଖଲ୍‌ନାୟକ, ଆଁ ଖେଁ, ମେରି ବିବିକା ଜବାବ୍‌ ନେହିଁ, ବୀରେ ଦି ୱେଡିଂ ଓ ମୁଲ୍‌କ ଇତ୍ୟାଦି।

ଅଶି ଦଶକରେ ଅଭିନେତ୍ରୀ ନୀନା ଗୁପ୍ତା ଜଣେ ବିଦେଶୀ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଏହି ଯୁବକ ଜଣକ ହେଲେ ଅଶି ଦଶକର ୱେଷ୍ଟ ଇଣ୍ଡିଜ୍‌ର କ୍ରିକେଟର ଭିତ୍ତିଆନ୍‌ ରିଚର୍ଡସ୍‌। ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ନ ହୋଇ କେବଳ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ।

୧୯୮୯ରେ ଭିତ୍ତିଆନ୍‌ ଓ ନୀନାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ତାଙ୍କ ଝିଅର ନାମ ହେଲା ମସାବା। କିନ୍ତୁ ବିଦେଶୀ ଭିତ୍ତିଆନ୍‌ ରିଚର୍ଡସ୍‌ କେବେ ହେଲେ ନୀନା ଗୁପ୍ତାଙ୍କୁ ବିବାହ କରିନଥିଲେ। କିନ୍ତୁ ଝିଅ ମସାବ୍‌ଙ୍କର ପିତା ଭାବେ ପରିଚିତ ହେବାକୁ ରାଜି ହୋଇଥିଲେ।

Comment