ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନେକ ଦିନ ବ୍ୟବଧାନରେ ସୋନାକ୍ଷୀ ସିହ୍ନା ପରଦାକୁ ଆସୁଛନ୍ତି ନୂଆ ସିନେମାହାପି ଫିର୍ଭାଗ୍ଜାୟେଗିରେ ଏହି ଫିଲ୍ମ ପାଇଁ ସୋନାକ୍ଷୀ ଟ୍ରକ୍ଚଳାଇଛନ୍ତି ଜାଣନ୍ତୁ ଏହି ଫିଲ୍ମ ସମ୍ପର୍କରେ ଅଧିକ କିଛି ମଜାଦାର କଥା

ବଲିଉଡର ଲୋକପ୍ରିୟ ନାୟିକା ସୋନାକ୍ଷୀ ସିହ୍ନାଙ୍କୁ ଅନେକ ସମୟରୁ ପରଦାରେ ଦେଖିବାକୁ ପାଇନାହାନ୍ତି ଦର୍ଶକ। ଆଗାମୀ ୨୪ ତାରିଖରେ ସୋନାକ୍ଷୀଙ୍କର ନୂଆ ସିନେମା ରିଲିଜ୍‌ ହେଉଛି। ଏହାର ଟାଇଟଲ୍‌ ହେଲା ‘ହାପି ଫିର୍‌ ଭାଗ୍‌ ଜାୟେଗି’।

କ୍ରିଶିକା ଲୁଲା ଓ ଆନନ୍ଦ ଏଲ୍ ରାୟଙ୍କ ପ୍ରଯୋଜିତ ଏହି ସିନେମା ହେଉଛି ୨୦୧୬ରେ ମୁକ୍ତିଲାଭ କରିଥିବା ‘ହାପି ଭାଗ୍‌ ଜାୟେଗି’ର ସିକ୍ୱେଲ୍‌। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁଦସର୍‌ ଅଜିଜ୍‌। ସେ ଏହାର ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ଲେଖିଛନ୍ତି।

କିଏ ଅଛନ୍ତି କେଉଁ ଭୂମିକାରେ

‘ହାପି ଫିର୍‌ ଭାଗ୍ ଜାୟେଗି’ର ପ୍ରମୁଖ କଳାକାରମାନେ ହେଲେ ସୋନାକ୍ଷୀ ସିହ୍ନା, ଡାଏନା ପେଣ୍ଟି, ଜସି ଗିଲ୍‌, ପିୟୁଷ ମିଶ୍ର, ଜିମ୍ମି ଶେରଗିଲ୍‌, ଆଲି ଫଜଲ୍‌, ଅପରଶକ୍ତି ଖୁରାନା, ଜାସନ୍‌ ଥମ୍‌ ଓ ବିଜୟ ଥାଙ୍ଗଜାମ୍‌।

ଏବେ ଆସନ୍ତୁ ଜାଣିବା ଏହି କଳାକାରମାନଙ୍କ ମଧ୍ୟରୁ କିଏ କେଉଁ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନାଙ୍କୁ ଦର୍ଶକ ଭେଟିବେ ହରପ୍ରୀତ୍‌ କୌର୍‌ ଭୂମିକାରେ। ଡାଏନା ପେଣ୍ଟି ବି ଅଛନ୍ତି ହରପ୍ରୀତ୍‌ (ହାପି) କୌର୍‌ ଚରିତ୍ରରେ। ଜିମ୍ମି ଶେରଗିଲଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଦାମନ୍‌ ସିଂହ ବଗ୍‌ପା। ଜସି ଗିଲ୍‌ ଅଛନ୍ତି ଏଥିରେ ଚରଣଜିତ ସିଂ ଭୂମିକାରେ। ଠିକ୍‌ ସେହିପରି ପିୟୁଷ ମିଶ୍ରାଙ୍କ ଅଭିନୀତ ଚରିତ୍ରର ନାଁ ହେଲା ଉସମାନ୍‌ ଆଫ୍ରିଦି। ଆଲି ଫାଜଲ୍ ଏଥିରେ ଗୁଡ଼ୁ ଭୂମିକାରେ ଥିବା ବେଳେ ଜାସନ୍‌ ଥାମ୍‌ ଚାଙ୍ଗ ଏବଂ ବିଜୟ ଥାଙ୍ଗଦାମ୍‌ ଅଛନ୍ତି ଚୀନୀ ଏଜେଣ୍ଟ ଚରିତ୍ରରେ।

ସୁଟିଂ ପାଇଁ ନିଜେ ଟ୍ରକ୍ଚଳାଇଥିଲେ ସୋନାକ୍ଷୀ

ବଲିଉଡର ଖ୍ୟାତନାମା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଦମଦାର୍‌ ଆକସନ୍‌ ତ ଆପଣମାନେ ପରଦା ଉପରେ ଦେଖିଛନ୍ତି। ତାଙ୍କୁ ଆପଣମାନେ ଟ୍ରକ୍‌ ଚଳାଇବାର ମଧ୍ୟ ଦେଖିଥିବେ। ହେଲେ ଆପଣ ଶତ୍ରୁଘ୍ନ ସିହ୍ନାଙ୍କ କନ୍ୟା ସୋନାକ୍ଷୀଙ୍କୁ କେବେ ବି ଟ୍ରକ୍‌ ଚଳାଉଥିବା ଦେଖିନଥିଲେ।

କିନ୍ତୁ ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ହାପି ଫିର୍‌ ଭାଗ୍‌ ଜାୟେଗି’ ସୋନାକ୍ଷୀ ସିହ୍ନା ଟ୍ରକ୍‌ ଚଳାଉଥିବାର ଦେଖିବାକୁ ପାଇବେ।

ଏଥିପାଇଁ ସୋନାକ୍ଷୀ ସିହ୍ନା ନିଜେ ଡ୍ରାଇଭିଂ ଟ୍ରେନିଂ ନେଇଥିଲେ। ସୋନାକ୍ଷୀ ଟ୍ରକ୍‌ ଡ୍ରାଇଭିଂ ଟ୍ରେନିଂ ମାତ୍ର କିଛି ଦିନ ଭିତରେ ନେଇଥିଲେ। ଏହାପରେ ସେ ସୁଟିଂ ପାଇଁ ପ୍ରସ୍ତୁତ ହୋଇଥିଲେ। ସୋନାକ୍ଷୀ ୨୫ରୁ ୩୦ କିଲୋମିଟର ଯାଏଁ ଟ୍ରକ୍‌ ଚଳାଇଥିଲେ।

ସୁଟିଂ ସେଟ୍‌ରେ ସୋନାକ୍ଷୀ ସିହ୍ନା ଏତେ ସୁନ୍ଦରଭାବେ ଟ୍ରକ୍ ଚଳାଇଥିଲେ ଯେ ସବୁ ସଟ୍‌ ଗୋଟିଏ ଟେକରେ ଓକେ ହୋଇଥିଲା। ସୋନାକ୍ଷୀ ସିହ୍ନା କହିଛନ୍ତି ଯେ ମାତ୍ର ଷୋହଳ ବର୍ଷ ବୟସରେ ସେ କାର୍‌ ଚଳାଇବା ଶିଖିଥିଲେ।

ଚର୍ଚ୍ଚାରେ ରହିଛି ଏହି ଚଳଚ୍ଚିତ୍ରର ଗୀତ

‘ହାପି ଫିର୍‌ ଭାଗ୍‌ ଜାୟେଗି’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋହେଲ୍‌ ସେନ୍‌। ଗୀତଗୁଡ଼ିକ ଲେଖିଛନ୍ତି ମୁଦ୍ଦସର ଅଜିଜ୍‌। ଏଥିରେ ଥିବା ପ୍ରଥମ ଗୀତ ହେଲା ‘ମେରା ନାମ୍‌ ଚିନ୍‌ ଚିନ୍‌ ଚୁ…’। ଏହା ୧୯୫୮ ମସିହାର ହିନ୍ଦୀ ସିନେମା ‘ହାୱଡା ବ୍ରିଜ୍‌’ର ନୂଆ ଭର୍ସନ୍‌। ଏହାର ମୂଳ ଗାୟିକା ହେଲେ ଗୀତା ଦତ୍ତ ଏବଂ ଓ. ପି. ନୈୟର୍‌ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଏହାର ଅନ୍ୟ ଦୁଇଟି ଗୀତ ହେଲା ‘ସ୍ୱଗ୍‌ ସାହା ନେହି ଜାୟେ…’ ଏବଂ ‘ହାପି ଭାଗ୍‌ ଜାୟେଗି…’। ଏହି ଗୀତଗୁଡ଼ିକ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି।

Comment