ଓଡ଼ିଶାଲାଇଭ୍ ବ୍ୟୁରୋ

କମ୍ପିବ କଳିଙ୍ଗ ଷ୍ଟାଡିୟମ। ବଲିଉଡର ଧକ୍‌ ଧକ୍ ଗାର୍ଲ ମାଧୁରି ଦୀକ୍ଷିତଙ୍କ ନୃତ୍ୟ, ଓସ୍କାର ବିଜେତା ଏ ଆର ରେହମାନଙ୍କ ସଙ୍ଗୀତ ଏବଂ ଶାହାରୁଖ ଖାନ୍‌ଙ୍କ ଉପସ୍ଥିତିରେ ହକି ବିଶ୍ଵକପ୍ର ଉଦଘାଟନୀ ସମାରୋହ ଜମିବ। ମାଧୁରୀ ସୋମବାର ଭୁବନେଶ୍ଵରରେ ପହଞ୍ଚି କଳିଙ୍ଗ ଷ୍ଟାଡିୟମରେ ରିହର୍ସଲ କରିଥିବା ବେଳେ ଏ ଆର ରେହମାନ ମଧ୍ୟ ପହଞ୍ଚି ସାରିଛନ୍ତି। ମଙ୍ଗଳବାର ଶାହାରୁଖ ଖାନ୍‌ ଆସି ପହଞ୍ଚିବେ।

ହକି ବିଶ୍ଵକପ୍‌ ପାଇଁ ସାରା ସହର ରଙ୍ଗିନ ଆଲୋକରେ ସଜେଇ ହୋଇଛି। ଦେଶ ବିଦେଶରୁ ଆସିଥିବା ହକି ତାରକାଙ୍କୁ ସ୍ୱାଗତ କରିଛି ଭୁବନେଶ୍ୱର। ତାରକାମାନଙ୍କୁ। ଅପରପକ୍ଷରେ ସମସ୍ତଙ୍କର ନଜର ରହିଛି ଉଦଘାଟନୀ ଉତ୍ସବ ଉପରେ।

ଉଦଘାଟନୀ ସମାରୋହରେ ୧୫ଟି ଦେଶ ସମେତ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଏବଂ ତାଙ୍କ ଟିମ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏଥିପାଇଁ ଅଭ୍ୟାସ କରିଛନ୍ତି ସେ।

ସେହିପରି ଓଲିଉଡ ଷ୍ଟାର ଅର୍ଚ୍ଚିତା ଏବଂ ସବ୍ୟସାଚୀ ମଧ୍ୟ ଦର୍ଶକଙ୍କୁ ମନ୍ତମୁଗ୍ଧ କରିବା ପାଇଁ କରିଛନ୍ତି ରହର୍ସଲ।

ରିହର୍ସଲ୍ କଲେ ଧକ୍ ଧକ୍ ଗାର୍ଲ

ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମାଧୁରୀ। ମଙ୍ଗଳବାର ଉଦଘାଟନୀ ଉତ୍ସବରେ ୪୦ ମିନିଟ ଧରି ଦର୍ଶକମାନଙ୍କୁ ନିଜ ନୃତ୍ୟ ଜାଲରେ ବାନ୍ଧି ରଖିବେ ଧକ୍ ଧକ୍ ଗାର୍ଲ। ଏଥିପାଇଁ କଳିଙ୍ଗ ଷ୍ଟିଡିୟମରେ ଷ୍ଟେଜ୍ ରିହରସେଲ୍ କରିଛନ୍ତି ସେ। ପ୍ରାୟ ୧୧ ଶହ କଳାକାରଙ୍କ ସହ ନୃତ୍ୟ ପରିବେଷଣ କରିବେ ମାଧୁରୀ।

ପହଞ୍ଚିଲେ ଏ ଆର ରେହମାନ

ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି ଓସ୍କାର ବିଜେତା ଏ.ଆର. ରେହମାନ। ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ସଂଗୀତ ପରିବେଷଣ କରିବେ ସେ। ୨୮ରେ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ସଙ୍ଗୀତ ପରିବେଷ କରିବେ ରେହମାନ। ପୁରୁଷ ହକି ବିଶ୍ୱକପ ୨୦୧୮ର ଥିମ ସଂଗୀତ ‘ଜୟ ହିନ୍ଦ୍ ହିନ୍ଦ୍ ଜୟ ଇଣ୍ଡିଆ’ ଗାଇଛନ୍ତ ଏ ଆର ରେହମାନ।

ଅପେକ୍ଷା କିଙ୍ଗ ଖାନଙ୍କୁ

ମଙ୍ଗଳବାର ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ସାମିଲ ହେବେ ବଲିଉଡ ବାଦଶାହା ଶାହାରୁଖ ଖାନ୍। କିଙ୍ଗ ଖାନଙ୍କ ଓଡ଼ିଶାକୁ ଆଗମନକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍କଣ୍ଠା । ସମସ୍ତଙ୍କ ନଜର ରହିବ ବଲିଉଡ ବାଦଶାହାଙ୍କ ଉପରେ। ସେପଟେ ଶାହାରୁଖଙ୍କ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କଳିଙ୍ଗ ସେନା ମଙ୍ଗଳବାର ଶାହାରୁଖଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ହକି ଇଣ୍ଡିଆର ଅନୁରୋଧକୁ ରକ୍ଷା କରି କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ଏକ ସାମ୍ବାଦିକ ସମ୍ମିଳନୀରେ ଶାହାରୁଖଙ୍କୁ ବିରୋଧ କରାଯିବ ନାହିଁ ବୋଲି କହିଛନ୍ତି।

Comment