ଓଡ଼ିଶାଲାଇଭ୍ ବ୍ୟୁରୋ

  ବିଜେପିରେ ଯୋଗ ଦେବା ପରେ ଭୁବନେଶ୍ଵର ଆସିଛନ୍ତି ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ।

ଦିଲ୍ଲୀରେ ବିଜେପିରେ ଯୋଗ ଦେବା ପରେ ଭୁବନେଶ୍ଵର ଆସିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଗୁରୁବାର ସକାଳେ ଅପରାଜିତା ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ବିଜେପି ସମର୍ଥକ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।

ବିମାନବନ୍ଦରରୁ ପ୍ରଥମେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯିବେ। ଏହାପରେ ସେ ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ।

ନଭେମ୍ବର ୨୭, ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ସେହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ରହିଥିଲେ।

ଅପରାଜିତା ୧୯୯୪ ମସିହା ବ୍ୟାଚର ଆଇଏଏସ୍ ଅଫିସର ଥିଲେ। ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିସାରିଛନ୍ତି।

କିଛିଦିନ ପୂର୍ବରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ। ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ଅବସର ନେଇଥିବାରୁ ଏନେଇ ଚର୍ଚ୍ଚା ଜୋର ଧରିଥିଲା।

Comment