ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର।

ସାଉଥ୍‌ ଇଣ୍ଡଷ୍ଟ୍ରୀ ଆଡ଼କୁ ମନ ବଳାଇଛନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ବଲିଉଡ ପରେ ଏବେ ସାଉଥ୍ ଫିଲ୍ମରେ ନିଜର ଭାଗ୍ୟ ଆପଣାଇବାକୁ ଯାଉଛନ୍ତି ଜାହ୍ନବୀ। ନିକଟରେ ସେ ଗଣମାଧ୍ୟମକୁ ଏବିଷୟରେ ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି, “ମୁଁ ମୋ ମା’ଙ୍କ ଭଳି ସବୁ ପ୍ରକାର ଚରିତ୍ରରେ ଅଭିନୟ କରିବାକୁ ଚାହେଁ। ତାଙ୍କର ସବୁ ପୁରୁଣା ଫିଲ୍ମ ମୋତେ ଖୁବ୍ ଭଲ ଲାଗେ। ଏହାଛଡ଼ା ଅଭିନେତା ତଥା ନିର୍ଦ୍ଦେଶକ ଗୁରୁ ଦତ୍ତ ହେଉଛନ୍ତି ମୋର ଅତି ପ୍ରିୟ।”

 

ସେ ଆହୁରି ମଧ୍ୟ କହିଛନ୍ତି, “ଗୁରୁ ଦତ୍ତ ଥିଲେ ୧୯୫୦-୧୯୬୦ ମସିହାର ଜଣେ ଆଗଧାଡ଼ିର ଚଳଚ୍ଚିତ୍ର ନିର୍ଦ୍ଦେଶକ। ସେହି ସମୟରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ।”

ଅପରପକ୍ଷରେ ଫିଲ୍ମର ଭାଷା ଅପେକ୍ଷା ଫିଲ୍ମର କାହାଣୀକୁ ବେଶ୍‌ ଗୁରୁତ୍ୱ ଦିଅନ୍ତି ଜାହ୍ନବୀ। ଏହାଛଡ଼ା ଜାହ୍ନବୀ ‘ଧଡକ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଭଲ ସଫଳତା ମିଳିଥିଲା।

ଜାହ୍ନବୀଙ୍କ ମା’ ଶ୍ରୀଦେବୀ ମଧ୍ୟ ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ତେଲୁଗୁ, ମାଲାୟାଲାମ ଆଦି ଫିଲ୍ମରେ ଅଭିନୟ କରିସାରିଥିଲେ। ବିଭିନ୍ନ ଭାଷାଭାଷୀ ଫିଲ୍ମରେ ଶ୍ରୀଦେବୀ ଅଭିନୟ କରି ଖୁବ୍ ସଫଳତା ମଧ୍ୟ ଅର୍ଜନ କରିଥିଲେ। ତେବେ ଜାହ୍ନବୀ ମଧ୍ୟ ନିଜ ମା’ଙ୍କୁ ଅନୁସରଣ କରୁଥିବା କୁହାଯାଉଛି।

Comment