ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ଲାଲବାହିନୀର ଆତଙ୍କରେ ସାରା ମାଲକାନଗିରି ଜିଲ୍ଲା ଥରି ଉଠେ। ଦିନଥିଲା ଗୋଳାବାରୁଦ ଏବଂ ଏ.କେ.୪୭ର ଟ୍ରିଗର ମୂନରେ ବିକାଶ ଆଣିବାର ପ୍ରୟାସ କରିଥିଲେ ଲାଲବାହିନୀ। ପ୍ରତ୍ୟେକ ଦିନ ତଥା ପ୍ରତି ମୁହୂର୍ତ୍ତରେ ରକ୍ତର ହୋଲି ଖେଳିବା ସହ ନଷ୍ଟ କରି ଚାଲିଥିଲେ ଧନ ସମ୍ପତ୍ତି।

ଅନେକ ଅସୁମାରି ସ୍ୱପ୍ନ ଦେଖାଇ ମାଲାକନଗିରି ଜିଲ୍ଲାର ଏକାଧିକ ଯୁବକ ଯୁବତୀଙ୍କୁ ନକ୍ସଲବାଦରେ ସାମିଲ କରୁଥିଲେ। ହେଲେ ମାଓବାଦୀଙ୍କର ଅସଲ ମୁଖାଚିହ୍ନି ପାରି ମାଲକାନଗିରି ଜିଲ୍ଲାର ଆଦିବାସୀ ଯୁବକ ସୁକଦେବ ମୁହଁ ଫେରାଇଛନ୍ତି ରେଡ୍ କରିଡରରୁ। ଯାହାଙ୍କୁ ୩ ରାଜ୍ୟର ପୋଲିସ ମୋଷ୍ଟୱାଣ୍ଟେଡ ବୋଲି ଘୋଷଣା କରିଥିଲେ। ଯାହାଙ୍କ ଇଙ୍ଗିତରେ ଅଞ୍ଚଳରେ ପତ୍ରଟିଏ ବି ହଲୁନଥିଲା। ତେବେ ବାସ୍ତବତା ବୁଝିବା ପରେ ସରକାରଙ୍କର ନିକଟରେ ଆତ୍ମ ସମର୍ପଣ କରିଥିଲେ।

ସୁକଦେବ ଚାଷ କାମକୁ ଆପଣେଇ ନିଜ ସାଥି ମାଓବାଦୀଙ୍କୁ ମଧ୍ୟ ଏଥିରେ ନିୟୋଜିତ କରିଛନ୍ତି। ଏହି ଚାଷ କରି ଲାଲ୍ ସଙ୍ଗଠନରେ ଜଡ଼ିତ ରହିଥିବା ପଥଭ୍ରଷ୍ଟ ଯୁବକ ଯୁବତୀଙ୍କୁ ଦେଇଛନ୍ତି ବାର୍ତ୍ତା।

ମାଲକାନଗିରି ଜିଲ୍ଲାକୁ ବିକାଶ ଆଡ଼କୁ ନେବା ପାଇଁ ପ୍ରଶାସନ ସବୁ ସମୟରେ ପ୍ରୟାସ ଜାରି ରଖିଛି। ଜିଲ୍ଲାର ମାଓବାଦୀ ସମସ୍ୟା ଦୂର କରିବା ପାଇଁ ସୁରକ୍ଷା ଦିଗରେ ସବୁ ରଣନୀତି ପ୍ରସ୍ତୁତ ହେଉଛି। ଏଥିସହ ପଥଭ୍ରଷ୍ଟ ଗରିଲା କ୍ୟାଡରମାନଙ୍କୁ ଜିଲ୍ଲା ପୋଲିସ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ କରି ଆସୁଛି। ସରକାରଙ୍କର ସମସ୍ତ ନୀତି ଆନୁଯାୟୀ ଥଇଥାନ କରାଯାଉଛି।

“ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଉଲ୍ଲେଖନୀୟ କାମକରି ସମାଜ ତଥା ଲାଲବାହିନୀଙ୍କୁ ବାର୍ତ୍ତା ଦେଇଥିବା,” କହିଛନ୍ତି ମାଲକାନଗିରି ଏସଡିପିଓ ଶ୍ରବଣା ବିବେକ।

Comment