ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଷ୍ଟେଜ୍‌ ଉପରେ ବେହୋସ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ।

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ଖରାପ ହୋଇଯାଇଥିଲା। ଶୁକ୍ରବାର ମହାରାଷ୍ଟ୍ରର ଅହମଦନଗରଠାରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଷ୍ଟେଜ୍‌ ଉପରେ ହଠାତ ବେହୋସ ହୋଇପଡ଼ିଲେ ସେ। ଏହାପରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ନୀତିନ ଗଡ଼କରୀ ଅହମଦନଗରସ୍ଥିତ ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ଜାତୀୟ ସଂଗୀତ ଗାନ ସମୟରେ ଷ୍ଟେଜ ଉପରେ ବେହୋସ ହେଇଯାଇଥିଲେ ସେ। ନୀତିନ ଗଡ଼କରୀଙ୍କ ସହ ଷ୍ଟେଜ ଉପରେ ମହାରାଷ୍ଟ୍ରର ରାଜ୍ୟପାଳ ବିଦ୍ୟାସାଗର ରାଓ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଠିକ ଅଛନ୍ତି। ଲୋ ସୁଗାର ପାଇଁ ତାଙ୍କ ମୁଣ୍ଡ ବୁଲାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଟୁଇଟ କରି ସୂଚନା ଦେଇଛନ୍ତି।

Comment