ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ। ବିତ୍ତ ଆୟୋଗର ସଦସ୍ୟ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି।

ଶକ୍ତିକାନ୍ତ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି ଯେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ଏଥିପାଇଁ ସେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

 ଶକ୍ତିକାନ୍ତ ଦାସ ଏହା ପୂର୍ବରୁ ଅର୍ଥ ସଚିବ ଥିଲେ। ଗତ ବର୍ଷ ସେ ଏହି ପଦରୁ ଅବସର ନେଇଥିଲେ। ୧୯୮୦ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍ ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ହେବେ।  ମୋଦି ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତିରେ ମଧ୍ୟ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା।

ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫନ କଲେଜରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ଶକ୍ତିକାନ୍ତ ଦାସ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଓ ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚରର ଯୁଗ୍ମ ସଚିବ, ତାମିଲନାଡୁ ସରକାରର ସ୍ଵତନ୍ତ୍ର କମିସନର ଓ ରାଜସ୍ଵ କମିସନର, ଶିଳ୍ପ ବିଭାଗର ସଚିବ ସହିତ ଅନେକ ମହତ୍ଵପୂର୍ଣ୍ଣ ପଦରେ କାମ କରି ସାରିଛନ୍ତି।

Comment