ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବର୍ଷ ୨୦୧୮ରେ ବଲିଉଡ ଷ୍ଟାରମାନଙ୍କର ଫିଲ୍ମ ବକ୍ସ ଅଫିସରେ କମାଲ ଦେଖାଇଛି। ତେବେ ଜାଣନ୍ତୁ କାହା ଫିଲ୍ମ କେତେ ହିଟ୍।

ରଣବୀର କପୁର

୨୦୧୮ରେ ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁର ତାଙ୍କ କ୍ୟାରିଅରର ବଡ଼ ହିଟ୍ ଫିଲ୍ମ ଦେଇଛନ୍ତି। ଏ ବର୍ଷ ତାଙ୍କ ଅଭିନୀତ ‘ସଞ୍ଜୁ’ ବକ୍ସ ଅଫିସରେ ୩୩୬.୧୯ କୋଟି ଟଙ୍କା କଲେକ୍ସନ୍ କରିଛି। ଏହି ଦୃଷ୍ଟିରୁ ରଣବୀର କପୁର ୨୦୧୮ରେ ନିଜ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଅକ୍ଷୟ କୁମାର

ଗତ କିଛିବର୍ଷ ଧରି ଲଗାତାର ହିଟ୍‌ ଦେଇ ଚାଲିଥିବା ସୁପରଷ୍ଟାର ଅକ୍ଷୟ କୁମାର ୨୦୧୮ରେ ଏକ ନୂଆ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘୨-୦’ ହେଉଛି ଅକ୍ଷୟ କୁମାରଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍‌। ଏହା ଇତିମଧ୍ୟରେ ୭୫୦ କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ଜଣାଯାଇଛି।

ଟାଇଗର ଶ୍ରଫ୍‌

୨୦୧୮ରେ ବଲିଉଡର ଆକସନ୍‌ ହିରୋ ଟାଇଗର ଶ୍ରଫ୍‌ ପ୍ରଥମ ଥର ପାଇଁ ଶହେ କୋଟି କ୍ଲବରେ ସାମିଲ ହୋଇଛନ୍ତି। ହଁ ଟାଇଗରଙ୍କ ଅଭିନୀତ ‘ବାଗୀ-୨’ ୧୫୮.୨ କୋଟି ଟଙ୍କାର କଲେକ୍ସନ୍‌ କରିଛି। ଏହା ବି ତାଙ୍କ କ୍ୟାରିଅରର ବିଗେଷ୍ଟ ହିଟ୍‌ ସାବ୍ୟସ୍ତ ହୋଇଛି।

ଆୟୁଷ୍ମାନ୍‌ ଖୁରାନା

୨୦୧୮ରେ ଆୟୁଷ୍ମାନ୍‌ ଖୁରାନାଙ୍କର ଦୁଇଟି ସିନେମା ‘ବଧାଇ ହୋ’ ଓ ‘ଅନ୍ଧାଧୁନ୍‌’ ରିଲିଜ୍‌ ହୋଇଛି। ଏ ଦୁଇଟି ଫିଲ୍ମକୁ ବିପୁଳ ବ୍ୟାବସାୟିକ ସଫଳତା ମିଳିଛି। ଆୟୁଷ୍ମାନଙ୍କ ଅଭିନୀତ ‘ବଧାଇ ହୋ’ ୧୩୦.୯୫ କୋଟି ଟଙ୍କାର ଆୟ କରିଥିବା ହେତୁ ଏହା ତାଙ୍କ କ୍ୟାରିଅରର ଏକ ବଡ଼ ରେକର୍ଡ।

ରଣବୀର ସିଂ

ରଣବୀର ସିଂହ ମଧ୍ୟ ୨୦୧୮ରେ ତାଙ୍କ କ୍ୟାରିଅରରେ ଏ ବର୍ଷ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୀତ ‘ପଦ୍ମାବତ୍‌’ ୨୮୪.୬୮ କୋଟି ଟଙ୍କାର କଲେକ୍ସନ୍‌ କରିଛି।

ଅମୀର ଖାନ୍‌

ବଲିଉଡର ମିଷ୍ଟର ପରଫେକସନିଷ୍ଟ୍ ଅମୀର ଖାନ୍‌ ଏଥର ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘୦ଗ୍ସ ଅଫ୍‌ ହିନ୍ଦୋସ୍ତାନ’ କୁ ଏଯାବତ୍‌ ସବୁଠାରୁ ବଡ଼ ଓପନିଂ ମିଳିଥିଲା। ଏହାର ପ୍ରଥମ ଦିନର କଲେକ୍ସନ୍ ହେଲା ୫୨ କୋଟି । ଏହା ବି ଅମୀରଙ୍କ କ୍ୟାରିଅରର ଏକ ଡିଜାଷ୍ଟର୍‌ ସିନେମା।

ଭିକି କୌଶଲ

ଭିକି କୌଶଲ ୨୦୧୮ରେ ତାଙ୍କର ପ୍ରଥମ ଶହେ କୋଟିଆ ଫିଲ୍ମ ପାଇଛନ୍ତି। ତାଙ୍କ ଅଭିନୀତ ତିନିଟି ଯାକ ଫିଲ୍ମ ଏ ବର୍ଷ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଛି। ଏହି ଫିଲ୍ମଗୁଡ଼ିକ ହେଲା ସଞ୍ଜୁ, ରାଜି ଓ ମନ୍‌ମର୍ଜିୟାଁ। ଏହା ଭିକିଙ୍କର ଏକ ରେକର୍ଡ।

ଦୀପିକା ପାଦୁକୋନ୍‌

ଦୀପିକାଙ୍କ କ୍ୟାରିଅରର ସବୁଠାରୁ ବିଗେଷ୍ଟ ହିଟ୍‌ ଫିଲ୍ମ ‘ପଦ୍ମାବତ୍‌’ ୨୦୧୮ରେ ରିଲିଜ୍‌ ହୋଇଛି। ଏହା ତାଙ୍କର ନୂଆ ରେକର୍ଡ।

କାର୍ତ୍ତିକ ଆର୍ଯ୍ୟନ୍‌

ପ୍ରଥମ ଥର ପାଇଁ ଶହେ କୋଟି କ୍ଲବ୍‌ରେ ସାମିଲ ହୋଇ ହିରୋ କାର୍ତ୍ତିକ ଆର୍ଯ୍ୟନ୍‌ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ହଁ ତାଙ୍କ ଅଭିନୀତ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ୱିଟି’ ୧୪୮.୫୧ କୋଟି ଟଙ୍କାର ବ୍ୟବସାୟ କରିଛି।

ରାଜ କୁମାର ରାଓ

ଲୋକପ୍ରିୟ ଅଭିନେତା ରାଜ କୁମାର ୨୦୧୮ରେ ଫିଲ୍ମ ‘ସ୍ତ୍ରୀ’ ଜରିଆରେ ଶହେ କୋଟି କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏହା ତାଙ୍କର ନୂଆ ରେକର୍ଡ। ଏହା ଛଡ଼ା ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଷ୍ଟାର ସ୍କ୍ରିନ୍‌ ଆୱାର୍ଡ ମିଳିଛି।

Comment