ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦାର ଭଞ୍ଜପୁର ନିକଟରେ ରେଳ ଦୁର୍ଘଟଣାରେ ଯୁବକଙ୍କର ମୃତ୍ୟୁ ଘଟିଛି। ରୁପ୍ସାରୁ ବାଙ୍ଗିରିପୋଷି ଯାଉଥିବା ଲୋକାଲ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସାଗର ବେହେରା।

ପରିବାରବର୍ଗଙ୍କ କହିବାନୁଯାୟୀ, ସାଗର ଟ୍ୟୁସନ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ଜିଆରପି ପୋଲିସ ଘଟଣାର ତଦନ୍ତ କରୁଛି। ମୃତ ଯୁବକଙ୍କର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ରେଳବାଇ ପୋଲିସ।

Comment