ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନକୁ ଆସିବେ ଆନାକୋଣ୍ଡା ଓ ଜିରାଫ୍‌। ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ବଦଳିବ। ମଲ୍ଟି ଲେୟର ପାର୍କିଂ ବ୍ୟବସ୍ଥା କରାଯିବ।

ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିବେ ଦୁଇ ନୂଆ ଅତିଥି, ଆନାକୋଣ୍ଡା ଓ ଜିରାଫ୍‌। ଏହା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ହେବ।

ଶନିବାର ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ଚିଫ୍‌ ୱାଇଲ୍ଡ ଲାଇଫ୍‌ ୱାର୍ଡେନ୍‌ ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ପ୍ରାଣୀ ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବେ ଆନାକୋଣ୍ଡା, ଜିରାଫ୍‌।

ଏଥିସହ ନନ୍ଦନକାନନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିବାର ପ୍ଲାନ ରଖାଯାଇଛି। ନନ୍ଦନକାନନର ପରିସୀମାକୁ ୪୩୭ ଏକରରୁ ୧ ହଜାର ଏକର ଯାଏଁ ବଢ଼ାଯିବ। ଏହାର ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ବଦଳିବ। ଦର୍ଶକମାନଙ୍କ ସୁବିଧା ପାଇଁ ମଲ୍ଟି ଲେୟର ପାର୍କିଂ ବ୍ୟବସ୍ଥା ମଧ୍ୟ ହେବ। ନନ୍ଦନକାନନରୁ ବାରଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀରଣ କରାଯିବ।

୨୯ ଡିସେମ୍ବର ହେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ। ଏହି ଦିବସ ଅବସରରେ ଶାଗୁଣା ସଂରକ୍ଷଣ ଓ ପ୍ରଜଜନ କେନ୍ଦ୍ର ଉଦ୍‌ଘାଟନ ହୋଇଛି। ଗୋଆଲିୟରରୁ ଆସିଥିବା ୧୨ଟି ଶାଗୁଣାକୁ ନେଇ ପ୍ରଜନନ କେନ୍ଦ୍ର ଆରମ୍ଭ କରାଯାଇଛି। ପ୍ରଜଜନ ପରେ ଶାଗୁଣର ସଂଖ୍ୟା ବଢ଼ିଲେ ବାହାରକୁ ଛଡ଼ାଯିବ।

Comment