ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ହେଲେ ଓଡ଼ିଆ ପୁଅ ସୁଧି ରଞ୍ଜନ ମହାନ୍ତି। ସୁଧି ରଞ୍ଜନ ମହାନ୍ତି ହେଉଛନ୍ତି ୧୯୮୨ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ସୋମବାର ବସନ୍ତ ପ୍ରତାପ ସିଂହ ନିଜ ଚାକିରି ଜୀବନରୁ ଅବସର ନେବା ପରେ ତାଙ୍କ ବଦଳରେ ସୁଧି ରଞ୍ଜନ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଚେୟାରମ୍ୟାନ ଥିଲେ ସୁଧି ରଞ୍ଜନ ମହାନ୍ତି।

କମଳନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପରେ ମୁଖ୍ୟ ଶାସନ ସଚିବ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଲିଷ୍ଟ୍‌ରେ ସୁଧି ରଞ୍ଜନ ମହାନ୍ତିଙ୍କ ନାଁ ଆଗରେ ଥିଲା। ବର୍ତ୍ତମାନ ସମୟରେ ସୁଧି ରଞ୍ଜନ ମହାନ୍ତି ହେଉଛନ୍ତି ମଧ୍ୟପ୍ରଦେଶର ବରିଷ୍ଠ ଅଧିକାରୀ।

କୃଷି ଋଣ ଛାଡ଼ ପାଇଁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ସବୁଠୁ ବଡ଼ ଘୋଷଣା କରିଛି। ସୁଧି ରଞ୍ଜନ ମହାନ୍ତି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟଭାର ସମ୍ଭାଳୁଛନ୍ତି।

ସୁଧି ରଞ୍ଜନ ମହାନ୍ତି ଜାନୁଆରୀ ୧,ମଙ୍ଗଳବାରରୁ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ।

Comment