ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ରେ ହ୍ୱାଟ୍‌ସଆପ୍‌ରେ ସାମିଲ ହେବାକୁ ଯାଉଛି ମିଡିଆ ପ୍ରଭ୍ୟୁ, ଡାର୍କ ମୋଡ୍, କଣ୍ଟାକ୍ଟ ରାକିଙ୍ଗ ଭଳି ନୂଆ ଫିଚର।

ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇନଷ୍ଟେଣ୍ଟ ମେସେଜିଙ୍ଗ ଆପ୍‌ ହେଉଛି ହ୍ୱାଟ୍‌ସଆପ୍। ବର୍ତ୍ତମାନ ସମୟରେ ହ୍ୱାଟ୍‌ସଆପ୍ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛି। ତେବେ ୨୦୧୯ରେ ଏହି ଆପ୍‌ କେତେକ ନୂଆ ଫିଚର ଆଣିବାକୁ ଯାଉଛି।

ମିଡିଆ ପ୍ରିଭ୍ୟୁ

ହ୍ୱାଟ୍‌ସଆପ୍ ଖୁବ୍‌ଶୀଘ୍ର ମିଡିଆ ପ୍ରିଭ୍ୟୁ ଫିଚର ଆଣିବାକୁ ଯାଉଛି। ଏହା ଦ୍ୱାରା ବ୍ୟବହାରକାରୀ ଭିଡଓ, ଅଡିଓ, ଫଟୋର ପ୍ରିଭ୍ୟୁ ଦେଖିପାରିବେ। ଭିଡିଓ ବା ମେସେଜ୍‌ ଦେଖିବାକୁ ଆପଣଙ୍କୁ ବାରମ୍ବାର ହ୍ୱାଟ୍‌ସଆପ୍ ଖୋଲିବାକୁ ପଡ଼ିବ ନାହିଁ। ନୋଟିଫିକେସନରୁ ହିଁ ଜଣାପଡ଼ିବ ମେସେଜ କ’ଣ ରହିଛି।

ଡାର୍କ ମୋଡ

କମ୍ ଆଲୋକ ବା ଅନ୍ଧାରରେ ହ୍ୱାଟ୍‌ସଆପ୍ ବ୍ୟବହାର କରିବା ପାଇଁ ଏହି ଫିଚର ସାହାଯ୍ୟ କରିବ। ଏହି ଫିଚରରେ ୟୁଜର ଇଣ୍ଟରଫେସ୍ ଡାର୍କ ରହିବ। ପୂର୍ବରୁ ଫେସବୁକ୍‌, ୟୁ ଟ୍ୟୁବ ଡାର୍କ ମୋଡ ଫିଚର ଲଞ୍ଚ କରିଛନ୍ତି। ୨୦୧୯ରେ ହ୍ୱାଟ୍‌ସଆପ୍ ଏହି ଫିଚର ଲଞ୍ଚ କରିବାକୁ ଯାଉଛି।

କଣ୍ଟାକ୍ଟ ରାଙ୍କିଙ୍ଗ ଫିଚର

ଚଳିତ ବର୍ଷ ହ୍ୱାଟ୍‌ସଆପ୍‌ରେ କଣ୍ଟାକ୍ଟ ରାଙ୍କିଙ୍ଗ ଫିଚର ବି ରହିବ। ଏହି ଫିଚର ଜରିଆରେ ଆପଣ କାହା ସହ ସୁବୁଠୁ ଅଧିକ କଣ୍ଟାକ୍ଟରେ ରହୁଛନ୍ତି ସେନେଇ ଏକ ତାଲିକା ପ୍ରସ୍ତୁତ ହେବ।

ଭଏସ୍‌ ମେସେଜ ବ୍ୟାକ୍‌ ଟୁ ବ୍ୟାକ୍‌

ଗୋଟିଏ ପରେ ଗୋଟିଏ ଭଏସ୍‌ ମେସେଜ୍ ଶୁଣିବା ପାଇଁ ଚଳିତ ବର୍ଷଠାରୁ ଆପଣ ଆଏ ଏକ ନୂଆ ଫିଚର ପାଇବେ। ପୂର୍ବରୁ ଭଏସ୍‌ ମେସେଜ ଶୁଣିବା ପାଇଁ ଆପଣ ଗୋଟିଏ ପରେ ଗୋଟିଏ ଭଏସ୍‌ ମେସେଜ୍‌ ପ୍ଲେ କରୁଥିଲେ। ଏହି ଫିଚର ଆସିବା ପରେ ଆପଣ ଭଏସ୍ ମେସେଜ୍‌ ବ୍ୟାକ ଟୁ ବ୍ୟାକ୍‌ ଶୁଣିପାରିବେ।

Comment