ଓଡ଼ିଶାଲାଇଭ୍ ବ୍ୟୁରୋ

ସାବରିମାଲା ମନ୍ଦିରରେ ବର୍ଷ ବର୍ଷର ପରମ୍ପରା ଭାଙ୍ଗି ବୁଧବାର ଦୁଇ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଏହାକୁ ବିରୋଧ କରି ରାଜ୍ୟରେ ବନ୍ଦ ପାଳନ ହେଉଛି।

କେରଳର ସାବରିମାଲା ମନ୍ଦିରରେ ବର୍ଷ ବର୍ଷ ଚାଲି ଆସିଥିୁବା ପରମ୍ପରା ବୁଧବାର ଭାଙ୍ଗିଛି। ମନ୍ଦିରରେ ବୁଧବାର ଦିନ ୪୦ ବର୍ଷୀୟା ଦୁଇ ମହିଳା ପ୍ରବେଶ କରି ଆୟପ୍ପାଙ୍କୁ ଦର୍ଶନ କରିଥିଲେ। ଏହି ଘଟଣା ପରେ ଉତ୍ତେଜନା ଦେଖାଯାଇଛି। ମନ୍ଦିର ସମିତି ମହିଳାଙ୍କ ପ୍ରବେଶ ବରୋଧରେ ଠିଆ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖାଯାଇଛି। ସରକାର ମହିଳାଙ୍କ ସପକ୍ଷରେ ରହିଥିଲାବେଳେ ମନ୍ଦିର ସମିତି ଏହାକୁ ବିରୋଧ କରୁଛି।

ମହିଳାଙ୍କ ପ୍ରବେଶ ଘଟଣାକୁ ନେଇ ବୁଧବାର ସନ୍ଧ୍ୟାରେ ପାଣ୍ଡାଲମଠାରେ ସିପିଆଇ ଓ ବିଜେପି ଭିତରେ ସଂଘର୍ଷ ହୋଇଥିଲା। ଏଥିରେ ସାବରିମାଲା ସମିତିର ଜଣେ କର୍ମୀଙ୍କର ମୃତ୍ୟୁ ଘଟିଥିଲା। ସଂଘର୍ଷ ସମୟରେ ତାଙ୍କ ମୁଣ୍ଡରେ ଢ଼େଲାବାଜି ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ବିରୋଧ କରି ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ ରାଜ୍ୟରେ କଳା ଦିବସ ପାଳନ କରିବାକୁ ପ୍ରସ୍ତୁତ ହୋଇଛି। ଏହା ବ୍ୟତୀତ ହିନ୍ଦୁ ସଙ୍ଗଠନ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

୨୦୧୮ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଐତିହାସିକ ରାୟ ଶୁଣାଇଥିଲେ। ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟ ତାଙ୍କ ରାୟରେ କରିଥିଲେ ଆମ ସଂସ୍କୃତିରେ ମହିଳାଙ୍କ ସ୍ଥାନ ଉଚ୍ଚରେ। ମହିଳାଙ୍କୁ ଦେବୀଙ୍କ ସ୍ଥାନ ଦିଆଯାଇଛି। ତେଣୁ ମହିଳାଙ୍କ ମନ୍ଦିରରେ ପ୍ରବେଶ ଉପରେ ରୋକ ଲଗାଇବା ଗ୍ରହଣୀୟ ନୁହେଁ।Supreme court of India SC allows women entry to sabarimala_temple

ସାବରିମାଲା ମନ୍ଦିରକୁ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶ ଅଧିକାର ଉପରେ କଟକଣାକୁ ନାପସନ୍ଦ କରି ସୁପ୍ରିମକୋର୍ଟ ଏହାକୁ ମନମୁଖୀ ନିୟମ ବୋଲି କହିଥିଲେ। ୧୦ରୁ ୫୦ ବର୍ଷର ମହିଳାଙ୍କୁ ମନ୍ଦିର ପ୍ରବେଶ ମନା କରିବା କେବଳ ଯେ ମହିଳାଙ୍କ ସାମ୍ବିଧାନିକ ଅଧିକାରର ପରିପନ୍ଥୀ ତାହା ନୁହେଁ, ବରଂ ଏହା ଲିଙ୍ଗଗତ ଭେଦଭାବ ଏବଂ ଅସ୍ପୃଶ୍ୟତାକୁ ସୂଚାଇଥାଏ ବୋଲି କୋର୍ଟ କହିଥିଲେ।

Comment