ଓଡ଼ିଶା ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ବାୟୋପିକ୍‌ ଫିଲ୍ମ ହେବା କିଛି ନୂଆ କଥା ନୁହଁ। ମାତ୍ର ଏବେ ଲାଗୁଛି ଖେଳାଳିଙ୍କ ପରେ ଏବେ ରାଜନେତାଙ୍କ ଉପରେ ବାୟୋପିକ୍‌ ଫିଲ୍ମ ହେଉଛି। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣ ହେବାକୁ ଥିବା ବାୟୋପିକ୍‌ର ପ୍ରଥମ ପୋଷ୍ଟର ଆଉଟ ହୋଇଛି। ଏହା ୨୩ଟି ଭାଷାରେ ରିଲିଜ୍ କରାଯାଇଛି। ପ୍ରଥମ ପୋଷ୍ଟରକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ଲଞ୍ଚ କରିଛନ୍ତି।

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ନିଜ ଟୁଇଟର ପେଜରେ ପ୍ରଧାନମନ୍ତ୍ରୀଙ୍କ ଉପରେ ତିଆରି ହେଉଥିବା ଫିଲ୍ମର ଫାଷ୍ଟ ପୋଷ୍ଟର ଶେୟାର କରିଛନ୍ତି। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ରୋଲରେ ବିବେକ ଓବରାୟ ନଜର ଆସିବେ।

ଏହି ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର, ଯିଏକି ମେରିକମ୍‌, ଭୂମି, ସରବଜିତ ଭଳି ଫିଲ୍ମ ବନାଇଛନ୍ତି। ମୋଦିଙ୍କର ରାଜନୈତିକ ଜୀବନ ଯାତ୍ରାକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯିବ।

ଫିଲ୍ମର ସୁଟିଂ ଜାନୁଆରୀ ମଧ୍ୟ ଭାଗକୁ ଆରମ୍ଭ ହୋଇପାରେ। ଏହାସହ ଫିଲ୍ମର ଟାଇଟଲ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ରଖାଯାଇପାରେ। ଏବେ ଦେଖିବାକୁ ବାକି ରହିଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ପରଦାରେ କେତେ କମାଲ ଦେଖାଉଛି।

ଫିଲ୍ମ କୁ ବିବେକଙ୍କ ବାପା ସୁରେଶ ଓବରାୟ ଓ ସନ୍ଦୀପ ସିଂ ପ୍ରଡ୍ୟୁସ୍‌ କରୁଛନ୍ତି। ବିବେକ ମଧ୍ୟ ନିଜ ରୋଲ ଲାଗି ଲୁକ୍ସ ଓ ବଡି ବନାଇବା ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମର ସୁଟିଂ ଦିଲ୍ଲୀ ସହ ଗୁଜୁରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବ। ତେବେ ଫିଲ୍ମରେ ଆଉ କିଏ କିଏ ଅଭିନୟ କରିବେ ସେ ନେଇ କିଛି ଘୋଷଣା କରାଯାଇନାହିଁ।

Comment